ବାଲିପାଟଣା ତା ୦୬/୧୧ : ଆଜି ଅପରାହ୍ନରେ ବୁଦ୍ଧନାଥ ହାଇ ସ୍କୁଲ ଖେଳ ପଡିଆ ଠାରେ ତ୍ରିଦିବସୀୟ ଉପଖଣ୍ଡ ସ୍ତରୀୟ କୃଷି ମେଳା ଜୟଦେବ ବିଧାୟକ ଡ୍ ଅରବିନ୍ଦ ଢ଼ାଲି ଙ୍କ ଦ୍ଵାରା ଉଦଘାଟିତ ହୋଇଛି।ଚାଷୀ ମାନଙ୍କ ଆୟ ବୃଦ୍ଧି ପାଇଁ ଉନ୍ନତ କୃଷି ପଦ୍ଧତି ଆପଣାଇବା ସହିତ ଉପଯୁକ୍ତ ତାଲିମ ଓ ଜ୍ଞାନ କୌଶଳ ପ୍ରାପ୍ତି ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି।ଉନ୍ନତ କୃଷି ସରଞ୍ଜାମ ର ଏକ ପ୍ରଦର୍ଶନୀ ସହିତ କୃଷି ପାଠ ଶାଳା ରେ ଭୁବନେଶ୍ୱର,ଜଟଣୀ,ବାଲିଅନ୍ତା ଓ ବାଲିପାଟଣା ରୁ ଆସିଥିବା ୫୦ ଜଣ ଚାଷୀଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଏହାର ଆୟୋଜିତ ହୋଇଛି। ଟ୍ରାକ୍ଟର ଠାରୁ ଆରମ୍ଭ କରି ଧାନ ଅମଳ ଯନ୍ତ୍ର ଓ ଦରବାର ସାହିତ୍ୟ ସଂସଦ ର ବିଭିନ୍ନ ମତ୍ସ ଖାଦ୍ୟ ପ୍ରସ୍ତୁତି ପର୍ଯ୍ୟନ୍ତ ସମସ୍ତ କୃଷି ସମର୍କିୟ ଉପକରଣ ଏଠାରେ ପ୍ରଦର୍ଶିତ ହେଉଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବେକାର ଯୁବକ ଯୁବତୀ ମାନଙ୍କୁ କିପରି ଆତ୍ମନିର୍ଭର ହୋଇପାରିବେ ସେଥିପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି।ଶତକଡା ୪୦ ରୁ ୭୫ ପର୍ଯ୍ୟନ୍ତ ସବସିଡି ପାଇବାର ସୁଯୋଗ ଯୋଗାଇ ଦିଆଯାଉଛି ବୋଲି ଜିଲ୍ଲା କୃଷି ଅଧିକାରୀ ଶରତ କୁମାର ପରିଡ଼ା ସୂଚନା ଦେଇଛନ୍ତି।ସଫଳ ଚାଷୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ଅନ୍ୟତମ କୃଷି ଅଧିକାରୀ କଲ୍ୟାଣ କୁମାର ରାୟ କହିଛନ୍ତି। ମୂଖ୍ୟ ଅତିଥି ଭାବରେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲୀ ଯୋଗ ଦେଇ ପୃଥିବୀ କୁ ସ୍ପର୍ଗ କୁ ଆଣିବାକୁ ହେଲେ କୃଷି ର ବିକାଶ ଜରୁରି । କୃଷି ଉପଦେଷ୍ଟା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଙ୍କ ସହିତ କୃଷିବିଭାଗ ର ବହୁ କୃଷି ଅଧିକାରୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ମିଲେଟ ମିଶନ ମାଧ୍ୟମରେ ପୃଷ୍ଟିକର ଖାଦ୍ୟ ଉତ୍ପାଦନ ଓ ପ୍ରତିଦିନ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଖାଇବା ଦ୍ଵାରା ଶରୀର ସୁସ୍ଥ ରହିବା ସହିତ ରୋଜଗାର ବୃଦ୍ଧି ହୋଇଥାଏ ବୋଲି ବକ୍ତା ମାନେ କହିଥିଲେ।ସନ୍ଧ୍ୟାରେ ଶହଶହ ଚାଷୀ ମେଳା ବୁଲିବା ସହିତ ଉଦଘାଟନ ସମାରୋହ ରେ ଯୋଗ ଦେଇଥିଲେ।ଚାରୋଟି ବ୍ଲକ ର କୃଷି ଅଧିକାରୀ ମାନେ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରୁଛନ୍ତି।ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
