ବାଲିପାଟଣା, ୩୧/୦୮: ସାମ୍ପ୍ରତିକ ବନ୍ୟାରେ ବାଲିପାଟଣା ବ୍ଲକର ପମ୍ପାଲୋ, କୁରୁଞ୍ଜିପୁର, ରାଜସ, ଆଳେଶି ଶାସନ ଏବଂ ତୁରିନ୍ତିରା ଗ୍ରାମପଚାଂୟତ ବିଶେଷ ପ୍ରଭାବିତ ହୋଇଛି । ପମ୍ପାଲୋ ଗ୍ରାମପଚାଂୟତର ଟିଙ୍କିପଡା, ଇନେ୍ଦାଳ କୁଶିଆରି, ଦରଡା, ବେଲମରା, କୁରୁଞ୍ଜିପୁର ଗ୍ରାମପଚାଂୟତର ଘାସି ଅନେ୍ଧାଟି, ଦଳକଷଟି, ସାନମାଛପୁର, ରାଜସ ଗ୍ରାମପଚାଂୟତର ଗରିଆ, କୃଷ୍ଣପୁର, ରାଜସ, ଆଳିସି ଶାସନ ଗ୍ରାମପଚାଂୟତର ଦନାପଡା, ବିନ୍ଧା, ନବାଟି, ପ୍ରଭୁତି ଗ୍ରାମରେ ବନ୍ୟାଜଳ ଲହଡି ମାରୁଛି ଯାହା ଦ୍ୱାରା ଗ୍ରାମବାସୀଙ୍କ ଜାତାୟତ ପାଇଁ ପ୍ରଶାସନ ଯୋଗାଇ ଦିଆଯାଇଥିବା ମାତ୍ର ୩ଟି ଡଙ୍ଗା ଯଥେଷ୍ଟ ହେଉନାହିଁ ।
ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ବନ୍ୟାରେ ହଜାର ହଜାର ହେକ୍ଟର •ଷଜମୀ ପାଣିରେ ବୁଡି ଯାଇଛି । ଚଳିତ ବର୍ଷ ବିଳମ୍ବରେ ବର୍ଷା ହେବାରୁ ଲୋକମାନେ ଧାନ ତଳି ରୋଇଥିଲେ । ବନ୍ୟା ପାଣିରେ ବୁଡି ଯିବାରୁ ତାହା ସମ୍ପୃର୍ଣ୍ଣ ନଷ୍ଟ ହୋଇ ଯାଇଛି । ପନିପରିବା ଫସଲରେ ପାଣି ପଶିଯିବାରୁ ସମ୍ପୃର୍ଣ୍ଣ ବୁଡି ଯାଇଛି । ଯାହା ଦ୍ୱାରା ବାଲିପାଟଣା ଅଂଚଳରେ ପରିବା ଦର ଆକାଶ ଛୁଅାଁ ହୋଇଛି । ସୋମବାର ମଧ୍ୟାହ୍ନରେ ବ୍ଲକ ପ୍ରଶାସନ ତରଫରୁ ପମ୍ପାଲୋ ଗ୍ରାମପଚାଂୟତର ୩ ୱାର୍ଡର ୨୨୩ ପରିବାରର ୯୯୭ ଜଣ ସଦସ୍ୟଙ୍କୁ ଚୁଡା, ଚିନି, ବିସ୍କୁଟ ଯୋଗାଇ ଦିଆ ଯାଇଛି । ସ୍ଥାନୀୟ ବିଡିଓ, ତହସିଲଦାର ଆଜି ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବା ଗ୍ରାମ ଟିଙ୍କିପଡା ଓ ଇନେ୍ଦାଳ କୁଶିଆରି ଗ୍ରାମକୁ ଯାଇ ଲୋକମାନଙ୍କର ର୍ଦୁଦଶା ସମ୍ପର୍କରେ ବୁଝିଥିଲେ । ନଦୀରେ ପାଣି କମିଥିବାରୁ ଆଜି ପାଣି ଧିରେ ଧିରେ ଖସୁଥିବା ଜଣା ପଡିଛି ।
