Odisha news

ବ୍ଲକସ୍ତରୀୟ କଳାକାର ସାମର୍ଥ୍ୟ ପରୀକ୍ଷା ଅନୁଷ୍ଠିତ

0

ବାଲିପାଟଣା ୨୯/୦୮ :  ଗ୍ରାମାଞ୍ଚଳରେ ଲୁକାଇତ ଭାବେ ରହିଥିବା କଳାର ବିକାଶ ପାଇଁ ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ବାଲିପାଟଣା ବ୍ଲକ ପରିସରରେ ଏକ ଦୁଇଦିନିଆ କଳାକାର ସାମର୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୮ ତାରିଖରୁ  ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନାକୁ ଗଣ ପ୍ରଚାର ପ୍ରସାର କରିବା ପାଈଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ପରିସରରେ ୩୦ ଟି ଟିମ୍ କୁ ନେଇ କଳାକାର ସାମର୍ଥ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଦଳଗତ ପାଲା , ସଂକୀର୍ତନ, ଘୋଡାନାଚ , ଦାସକାଠିଆ, ଲୋକନୃତ୍ୟ ଇତ୍ୟାଦିକୁ ସାମିଲି କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ  ବ୍ଲକ ଉନ୍ନୟନ ଅଧିକାରୀ  ଆଦିକନ୍ଦ ବେହେରା ଅଧକ୍ଷାତା କରିଥିଲେ । ବିଚାରକ ମଣ୍ଡଳୀ ଦ୍ୱାରା ୨୪  ଗୋଟି ଦଳ ଯୋଗ୍ୟବିବେଚିତ ହୋଇଥିଲେ। ଏହି ଦଳ ସହିତ ପୁରୁଣା ପଂଜିକୃତ ୨୯ ଦଳ ଆଜି  ମଧ୍ୟ ଦ୍ୱିତୀୟ ଦିନରେ ଅର୍ଥାତ୍ ୨୯ ତାରିଖରେ ତାଙ୍କର ପ୍ରତିଭା  ବ୍ଲକ ସମ୍ମିଳନୀ କକ୍ଷରେ ପ୍ରଦର୍ଶନ କରିଥିଲେ। ତତ୍ ସହିତ ଆଜି ଯଥା ରୀତି ଉପସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତିନି ଜଣ ପାର୍ଥୀ ଉପସଭାପତି  ପଦ ପାଇଁ ଦାବି ଜଣାଇଥିଲେ , ସେମାନଙ୍କ ମଧ୍ୟରୁ  କୁରୁଞ୍ଜିପୁର ଗ୍ରାମ ପଞ୍ଚାୟତର ଅର୍ଜୁନ ସ୍ବାଇଁ ବହୁ ମତରେ ବିଜୟୀ ହୋଇଥିଲେ ।ଏହି ନିର୍ବାଚନ ପ୍ରକ୍ରିୟାରେ ଏବିଡ଼ିଓ ସ୍ମୃତିଶ୍ରୀ ଶତପଥି ବିଏସ୍ ଏସ୍ଓ ଦିବ୍ୟଜ୍ୟୋତି ଭୁତିଆ,ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମିରେଖା ଦାଶ, ଜିପିଓ କଳ୍ପନା ସାସମଲ୍,ଓ ପ୍ରୋଗ୍ରାମ ଅଫିସର ପ୍ରଭାତ କୁମାର ଜେନାଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଥିଲା ।ଏହାକୁ ସଂଗ୍ରାମ କେଶରୀ ଦାସ, ମାମାଲି ପଣ୍ଡା ,  ଏବଂ  ବିଦ୍ୟାଧର ନାୟକ ପରିଚାଳନା କରୁଥିଲେ ।

IEC 2 years
Leave A Reply