ବାଲିପାଟଣା ୩୧/୦୭ : ଜୟଦେବ ନିର୍ବାଚନ ମଣ୍ଡଳୀ ର ସୌମ୍ୟ ରାୟ ଛାତ୍ର କଂଗ୍ରେସ ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ସେଥିପାଇଁ ସେ ପିସିସି ସଭାପତି ଶରତ ପଟ୍ଟନାୟକ , ବରିଷ୍ଠ ବିଧାୟକ ସୁର ରାଉତରାୟ , ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା ଙ୍କୁ ଆଜି ପୂର୍ବାହ୍ନ ସେମାନଙ୍କର ବାସ ଭବନ ରେ ଭେଟି ଆର୍ଶିବାଦ ଭିକ୍ଷା କରିଛନ୍ତି । ଆଗାମି ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଦଳକୁ କିପରି ତୃଣମୂଳ ସ୍ତରରେ ସୁଦୃଢ କରାଯାଇ ପାରିବ ସେ ସଂପର୍କରେ ବରିଷ୍ଠ ନେତା ଙ୍କ ସହିତ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ ର ଉପ ସଭାପତି ବେଣୁଧର ଭୋଇ , ବାଲିପାଟଣା ବ୍ଲକ୍ କଂଗ୍ରେସ ସଭାପତି ବଟକୃଷ୍ଣ ରାଉତରାୟ , ପିସିସି ସଂପାଦକ ସଂକୁନା କହଁର ,ବାଲିଅନ୍ତା ସଭାପତି ଜନ୍ମେଜୟ ସ୍ଵାଇଁ , ଛାତ୍ର କଂଗ୍ରେସ ର ରାଜ୍ୟ ସଂପାଦକ ସନ୍ଦିପ ରାଉତରାୟ ,ସଂଜୟ ମଲ୍ଲୀକ ,ଗୁଣନିଧି ବସ୍ତିଆ , ସୁଜିତ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
