Odisha news

ଚୋରି ଅଭିଯୋଗ ରେ ଚଡି ଗ୍ୟାଙ୍ଗ ଗିରଫ

0
କମିସନରେଟ  ପୋଲିସ କୁ ମିଳିଛି ବଡ ସଫଳତା । ପୋଲିସ କବ୍ଜା ରେ ୧୧ କୁଖ୍ୟାତ ଚୋର । ଧଉଳି ଏବଂ ଆଖପାଖ ଅଂଚଳରୁ ଏକାଧିକ ଚୋରୀ ଘଟଣାରେ ସଂପୃକ୍ତି । ସମସ୍ତ ଚୋର ଚଡ଼ି ଗ୍ୟାଙ୍ଗ ର ସଦସ୍ୟ ବୋଲି ଜଣା ପଡିଛି । ଗତ କିଛି ଦିନ ହେବ ଧଉଳି ବାଲିପାଟଣା , ପିପିଲି, ଏୟାରଫିଲ୍ଡ ଏବଂ ଥାନା ଅଂଚଳରୁ ପ୍ରାୟ ୩୦ ରୁ ଉର୍ଦ୍ଧ ଚୋରୀରେ ଏମାନେ ସଂପୃକ୍ତ ଥିବା ଜଣାପଡ଼ିଛି । ଏମାନଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ୍ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରିଥିଲା । ଚୋରୀ ସମୟର ସିସିଟିଭି ଫୁଟେଜ ଆଧାର ରେ ତଦନ୍ତ ଆରମ୍ଭ ହୋଇଥିଲା । ଚୋରୀ ରେ ଚଡି ଗ୍ୟାଙ୍ଗ ର ସଂପୃକ୍ତି ଥିବା ଜଣା ପଡିଥିଲା । ଏମାନେ ରାତ୍ରି ପ୍ରାୟ ସାଢେ ବାର ରୁ ସାଢେ ଦୁଇ ମଧ୍ୟରେ ଘର ର ଝରକା ତାଡି କେବଳ ଚଡି ପିନ୍ଧି ସୁନା ଅଳଙ୍କାର ଏବଂ ଟଙ୍କା ଚୋରୀ କରି ନିଅନ୍ତି ।
 ଏମାନେ କ୍ରମାଗତ ଭାବେ ବିଭିନ୍ନ ଥାନା ଅଧିନ ବିଭିନ୍ନ ଅଂଚଳରେ ଝରକା ତାଡି ଲକ୍ଷା ଧିକ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଚୋରୀ କରି ନେଇଥିଲେ । ଗୋପିନାଥପୁର, ଶିଶୁପାଳଗଡ, ଖଡରେଇପୁର, ବାସୁଦେବ ନଗର ଆଦି ଅଂଚଳରୁ ଚୋରୀ ହୋଇଥିଲା । ଯାହା ପୋଲିସ୍ ପାଇଁ ମୁଣ୍ଡ ବିନ୍ଧା ର କାରଣ ସାଜିଥିଲା । ଚୋରୀ ସମୟର ଦୃଶ୍ୟ ସିସିଟିଭି କଏଦ ହୋଇଥିଲା ।  ଘଟଣାରେ ପ୍ରଥମେ ପୋଲିସ୍ ୩ ଚୋର ଙ୍କୁ କାବୁ କରିଥିଲା । ପରେ ଅନ୍ୟ ୮ ଜଣ କୁଖ୍ୟାତ ଚୋରଙ୍କୁ ଧରିବା ରେ ସଫଳ ହୋଇଛି । ମଙ୍ଗଳବାର ଦିନ ଧଉଳି ପୋଲିସ ସମସ୍ତ ଚୋରଙ୍କୁ କୋର୍ଟ ଚାଲାଣ କରିଛି ।
IEC 2 years
Leave A Reply