Odisha news

କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ଦ୍ଵାରା ବ୍ୟାପକ ବୃକ୍ଷ ରୋପଣ

0
ବାଲିପାଟଣା : ଆଜି ସକାଳେ ପମ୍ପାଲୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ ପୋଖରି ଚତୁର୍ପାର୍ଶ୍ୱରେ ବ୍ୟାପକ ବୃକ୍ଷ ରୋପଣ କରା ଯାଇଛି।ଗ୍ରାମ ପଞ୍ଚାୟତ,ଗ୍ରାମବାସୀ ଓ କେନ୍ଦ୍ରୀୟ ସୁରକ୍ଷା ବଳ ଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକ ହଜାର ଔଷଧୀୟ,ଫଳ ଓ ଛାୟା ପ୍ରଦାୟକ ବିଭିନ୍ନ କିସମର ଗଛ ଲଗାଯାଇଛି। ସି ଆର ପି ଏଫ୍ ର ପ୍ରାୟ ୮୫ ଯବାନ ଙ୍କ ସହିତ ବରିଷ୍ଠଅଧିକାରୀ ରାଜୀବ ରାୟ,ସତ୍ୟ ନାରାୟଣ ବେହୁରା ଓ ଅନ୍ୟ ଅଧିକାରୀମାନେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ସରପଞ୍ଚ ବାହାନ ଭୋଇ ଙ୍କ ନେତୃତ୍ୱରେ ୱାର୍ଡ ସଭ୍ୟ ମାନେ ସହଯୋଗ କରିଥିଲେ। ବୃକ୍ଷ ଦ୍ଵାରା ପରିବେଶର ସୁରକ୍ଷା ସହିତ ଜୀବଜଗତ ର ଅନେକ ଉପକାର ହେବାରେ ଏହା ଏକମାତ୍ର ଅବଲମ୍ବନ ବୋଲି ଅଧିକାରୀମାନେ ଗ୍ରାମବାସୀଙ୍କୁ ବୁଝାଇ ସଚେତନ କରାଇଥିଲେ।ଧର୍ମାନନ୍ଦ ଦାସ,ବ୍ରହ୍ମାନନ୍ଦ ବେହେରା, ବିଶ୍ଵନାଥ ସାହୁ,ଦିବ୍ୟଜ୍ୟୋତି ପରିଡ଼ା,ସୁଭ୍ରକାନ୍ତ ପ୍ରଧାନ, ଶକ୍ତିପ୍ରସାଦ ଦାଶ ଓ ବାଲିପାଟଣା ପ୍ରେସ କ୍ଲବ୍ ର ସଦସ୍ୟ ମାନେ ଉପସ୍ଥିିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
IEC 2 years
Leave A Reply