ବାଲିପାଟଣା, ୨୧/୦୮ :ବାଲିପାଟଣା ଥାନା ଓ ଯାଜପୁର ଜିଲ୍ଲା ବଡଚଣା ଥାନା ମିଳିତ ସହଯୋଗରେ ବଡଚଣାରୁ ଅପହରଣ ହୋଇଥିବା ଅମିନ ଦାଶରଥି ନାୟକ(୬୫) ସ୍ଥାନୀୟ ନୂଆସାହୀ ଗ୍ରାମରୁ ଉଦ୍ଧାର କରାଯାଇଥିବା ବେଳେ ଅପହରଣ କରିଥିବା ସୁଶାନ୍ତ କୁମାର ପାତ୍ରଙ୍କ ଘରୁ ଗୋଟିଏ ବନ୍ଧୁକ ଜବତ୍ କରାଯାଇଛି ।
ପରେ ଅପହର୍ତା ସୁଶାନ୍ତ କୁମାରଙ୍କୁ ପୋଲିସ ଗିରଫ କରି ବଡଚଣା ଥାନାକୁ ନେଇ ଯାଇଛି । ତତ୍ସହିତ ସେ ବ୍ୟବହାର କରୁଥିବା ମାରୁତି ୮୦୦ କାର ନଂ ଓ-ଆର-୦୨-ଏଚ୍-୮୮୦୭କୁ ଜବତ୍ କରାଯାଇଛି । ପ୍ରାପ୍ତ ଖବରରୁ ପ୍ରକାଶ କଟକର ଏକ ଜମି କିଣାବିକାକୁ ନେଇ ଅମିନ ଦାଶରଥି ନାୟକଙ୍କ ସମ୍ପୃକ୍ତିକୁ ସନେ୍ଦହ କରି ଜମି ମାଲିକ ଓ ତାଙ୍କର ଦୁଇଜଣ ସହଯୋଗୀ ଅମିନ ଶ୍ରୀ ନାୟକଙ୍କୁ ବଡଚଣା କଡେଇ ଛକରୁ ଅପହରଣ କରିଆଣି ବାଲିପାଟଣା ଥାନା ଅନ୍ତର୍ଗତ ନୂଆସାହି ଗ୍ରାମର ସୁଶାନ୍ତଙ୍କ ଘରେ ରଖିଥିଲେ । ଏ ସମ୍ପର୍କରେ ବଡଚଣା ଥାନାରେ ଅଭିଯୋଗ ହେବାପରେ ବଡଚଣା ପୋଲିସ ଓ ବାଲିପାଟଣା ପୋଲିସ ମିଳିତ ଭାବରେ ଗୁରୁବାର ରାତିରେ ଚଢ଼ାଉ କରି ସୁଶାନ୍ତଙ୍କୁ ଗିରଫ କରିବା ସହିତ ଗୋଟିଏ ବନ୍ଦୁକ ଓ କାରକୁ ଜବତ୍ କରି ବଡଚଣା ଥାନାକୁ ନେଇଯାଇଥିବା ଜଣା ପଡିଛି । ବାଲିପାଟଣା ଥାନା ଅଂଚଳରୁ ଚୋରା ବନ୍ଧୁକ ଜବତ୍ ହେବା ପରେ ପୋଲିସ ଚଳଚଚଂଳ ହେବା ସହିତ ସାଧାରଣରେ ଭୟର ବାତାବରଣ ଖେଳି ଯାଇଛି ।