ବାଲିପାଟଣା ୨୧/୦୬ : ଆଜି ବାଲିପାଟଣା ବ୍ଲକ ଆମଣାକୁଦ ଗ୍ରାମ ପଞ୍ଚାୟତ ବାରଭୁଜା ଠାକୁରାଣୀଙ୍କ ପୀଠରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା । ଆଉ ସ୍ୱଳ୍ପ ସମୟ ମଧ୍ୟରେ ପଂଚାୟତର ଜରୁରୀ କାର୍ଯ୍ଯ ଗୁଡ଼ିକ ଯୁଦ୍ଧ କାଳୀନ ଭିତ୍ତିରେ କରାଯିବାର ଆବଶ୍ୟକତା ରହିଛି ବୋଲି ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲୀ କହିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକମାନେ ସମାଜର ପ୍ରଥମ ପୂଜ୍ୟ ଓ ମାର୍ଗଦର୍ଶକ ବୋଲି କହିଥିଲେ।ପରେ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନଙ୍କ ସହିତ ଆଲୋଚନା କରିଥିଲେ। ଅଭିଯୋଗ ଗୁଡ଼ିକ ଶୁଣି ତାହାର ସମାଧାନ କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ।ବରିଷ୍ଟ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ସେମାନଙ୍କ ପ୍ରତ୍ୟକ ଅସୁବିଧା ସମୟରେ ତଥା ପ୍ରତି ଜାଗାରେ ତାଙ୍କୁ ସାହାଯ୍ୟ କରିବାର ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।ଶେଷରେ ୨୦୦ ରୁ ଅଧିକ ବରିଷ୍ଠ ନାଗରିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ବିଗତ ଚାରି ବର୍ଷରେ ହୋଇଥିବା ବିକାଶ କାର୍ଯ୍ୟର ତାଲିକା ସମସ୍ତଙ୍କୁ ପ୍ରଦାନ କରିଥିଲେ।ବରିଷ୍ଠ ନାଗରିକମାନେ ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ପ୍ରତିନିଧି କୈଳାସ ଚନ୍ଦ୍ର ସେଠି,ପୂର୍ବତନ ସରପଞ୍ଚ ମମତା ଭୋଇ,ରମେଶ ଚନ୍ଦ୍ର ମହାପାତ୍ର, ବେଣୁଧର ମହାପାତ୍ର, ନଗେନ ନାୟକ, ଅଶୋକ ପାଇକରାୟ , ଶଶାଙ୍କ ଶେଖର ନାୟକ, ରତ୍ନାକର ସାହୁ, ଭାଗିରଥି ଭୂୟାଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।