ବାଲିପାଟଣା ତା ୧୮/୦୬ : ଆଜି ଅପରାହ୍ନରେ ପଞ୍ଚାୟତ ସମିତି ସଭାଗୃହ ରେ ବ୍ଲକ ସ୍ତରୀୟ ବିପର୍ଯୟ ପ୍ରସ୍ତୁତି ଟେବ୍ଲ ଟପ୍ ଆଲୋଚନା ହୋଇ ଯାଇଛି।ବିଡ଼ିଓ ଆଦିକନ୍ଦ ବେହେରା ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ବିପର୍ଯୟ ର ବିଭିନ୍ନ ସମୟରେ, ଏହାର ସମ୍ମୁଖୀନ ହେବାକୁ କିପରି ପ୍ରସ୍ତୁତ ଅଛନ୍ତି ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ।ଆପଦ କାଳୀନ ପ୍ରସ୍ତୁତି ରେ ଯଦି ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥା ନାହିଁ ତେବେ ତୁରନ୍ତ ତାହାର ପରିପୁରଣ କରିବାକୁ ଉପସ୍ଥିତ ଜିଲ୍ଲା ବିପର୍ଯୟ ଅଧିକାରୀ ମମତା ସାହୁ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ତହସିଲଦାର ବୁଲବୁଲ ବେହେରା,ସହକାରୀ ଯନ୍ତ୍ରୀ ଅର୍ଚ୍ଚନା ଦାଶ,ସି ଡି ପି ଓ ରୁନୁବାଳା ସାହୁ, ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଓକିଲ ମହାପାତ୍ର,ସାମାଜିକ ସୁରକ୍ଷା ଅଧିକାରୀ ଦିବ୍ୟଜ୍ୟୋତି ଭୁତିଆ,ପୋଲିସ ଅଧିକାରୀ ରାକେଶ ସାମଲ ଓ ଅନ୍ୟାନ୍ୟ ଅଧିକାରୀ ମାନେ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ ।