Odisha news

ଭୁବନେଶ୍ୱର ଜିଲ୍ଲା ଆନ୍ଦୋଳନ କୁ ଜୋରଦାର କରାଯିବ

0
ବାଲିପାଟଣା ତା ୧୫/୦୬ :  ରାଜ୍ୟର ରାଜଧାନୀ ଭୁବନେଶ୍ଵର କୁ ଜିଲ୍ଲା ଘୋଷଣା କରିବାକୁ ବିଭିନ୍ନ ସମୟରେ ଆନ୍ଦୋଳନ ସହିତ ଅନେକ ସଚେତନ ଗୋଷ୍ଠୀ  ଦାବି କରି ଆସୁଛନ୍ତି।ଏହି ଦାବି ର ଯଥାର୍ଥତା ମଧ୍ୟ ରହିଛି।ଲୋକ ସଂଖ୍ୟା ଦୃଷ୍ଟିରୁ ଏଠାରେ ଦୁଇଗୋଟି ଜିଲ୍ଲା ହୋଇପାରିବ।ରାଜ୍ୟର ରାଜଧାନୀ ଭାବରେ ଜିଲ୍ଲା ମୁଖ୍ୟାଳୟ ସହିତ
ଶାସନଗତ ସୁପରିଚାଳନା ପାଇଁ ଜିଲ୍ଲାର ସମସ୍ତ ମୁଖ୍ୟାଳୟ ଭୁବନେଶ୍ୱର ଠାରେ ଅବସ୍ଥାପିତ ହେବା ସରକାର ତାଙ୍କ ତରଫରୁ ଚିନ୍ତା କରିବା କଥା।ଜିଲ୍ଲା ପୁନର୍ଗଠନ ପୂର୍ବରୁ ଜଷ୍ଟିସ ରାଜକିଶୋର ଦାସ ମଧ୍ୟ ଅନୁରୂପ ମତ ପ୍ରଦାନ କରିଥିଲେ। ଏତଦଦ୍ଭିନ୍ନ ଜନସାଧାରଣ ଙ୍କ ସୁବିଧା ପାଇଁ ଜିଲ୍ଲା ଗଠନ ନିମନ୍ତେ ସରକାର ଙ୍କ ତରଫରୁ ଯେଉଁ ଉଦ୍ୟମ ହେବା କଥା ତାହା ନହେବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଏଣୁ ଆଜି ପୂର୍ବାହ୍ନରେ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଅଞ୍ଜୀରା ଗ୍ରାମ ନିକଟସ୍ଥ ପ୍ରଭୁ ତ୍ରିବେଣିଶ୍ୱର୍ ମହାଦେବ ଙ୍କ ମନ୍ଦିର ପରିସର ରେ ସଚେତନ ଜନସାଧାରଣ ଙ୍କ ଏକ ବୈଠକ ବସି ଜିଲ୍ଲା ଆନ୍ଦୋଳନ କୁ ଜୋରଦାର କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି।ଆଗାମୀ ଦିନରେ ଜୟଦେବ,ଏକାମ୍ର,ମଧ୍ୟ ଓ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ଲୋକ ମାନଙ୍କୁ ନେଇ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବା ସହିତ ଆନ୍ଦୋଳନ ରେ ସମସ୍ତେ ସାମିଲ ହେବାକୁ ବୈଠକ ରେ ଆହ୍ୱାନ ଦିଆଯାଇଛି।ଆଜିର ବୈଠକ ରେ  ସ୍ଥାନୀୟ ସରପଞ୍ଚ ନାରାୟଣ ସାହୁ, ଝିଣ୍ଟୀ ର ପୂର୍ବତନ ସରପଂଚ ଲକ୍ଷ୍ମୀଧର ଜେନା,ବ୍ରହ୍ମାନନ୍ଦ ସାହୁ,ସୁଦର୍ଶନ ଜେନା,ଯଶୋବନ୍ତ ଓଝା,ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ଓକିଲ ନିର୍ମଳ ରଥ, ନିହାର ରାୟ,କୃଷ୍ଣ ସାଠୁଆ,ନାରାୟଣ ସାହୁ,ଶାନ୍ତିଲତା ସାହୁ,ସୁରେଶ ଦାସ,ଯୁଧିଷ୍ଠିର ସାହୁ, ଦିଲ୍ଲୀପ ଓଝା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Leave A Reply