Odisha news

ବନ୍ଦ କୋଠରୀ ରୁ ମାନସିକ ରୋଗି ଯୁବତୀ ଉଦ୍ଧାର

0

ବାଲିପାଟଣା୧୫/୦୬ : ଏକ ପରିତ୍ୟକ୍ତ ବନ୍ଦ କୋଠରୀରୁ ଯୁବତୀ ଉଦ୍ଧାର । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ସିଙ୍ଗିରିଶାସନ ଗ୍ରାମ ମିଶ୍ର ସାହିରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଘଟଣା ସ୍ଥଳରେ ବାଲିପାଟଣା ପୋଲିସ୍ ପହଁଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଯୁବତୀଙ୍କ ମାଉସୀ ଉକ୍ତ ଯୁବତୀଙ୍କୁ ବନ୍ଦ କୋଠରୀରେ ରଖୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘଟଣା ଜଣା ପଡ଼ିବା ପରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା ।  ଯୁବତୀ ଜଣକ ମାନସିକ ରୋଗୀ । ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ମେଡିକାଲ୍‌ ରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଏ ସମ୍ପର୍କରେ ସ୍ଥାନୀୟ ସଂରପଞ୍ଚ ପିଫୁଲ୍‌ସ୍ ଫୋରମ ରେ ଅଭିଯୋଗ କରିବା ପରେ ବାଲିପାଟଣା ପୋଲିସ୍ ସହାୟତାରେ ଉଦ୍ଧାର କରିବା ପରେ ଆଶ୍ରା ସାମାଜିକ ଅନୁଷ୍ଠାନ ରେ ସଂପ୍ରୁକ୍ତ ଯୁବତୀ କୁ ରଖାଯାଇଛି  ।

Leave A Reply