ବାଲିପାଟଣା ୦୯/୦୬ : ଶୁକ୍ରବାର ଦିନ ଜୟଦେବ ବିଧାୟକ ଡ.ଅରବିନ୍ଦ ଢ଼ାଲି ବାଲିପାଟଣା ବ୍ଲକ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଆସିଥିଲେ। ପ୍ରଥମେ ବ୍ଲକରେ ପହଞ୍ଚି ବିଭିନ୍ନ ସନସ୍ୟ ଉପରେ ବିଡ଼ିଓ ଆଦିକନ୍ଦ ବେହେରାଙ୍କ ସହିତ ଆଲୋଚନା କରିଥିଲେ।ବିଧାୟକ ହାତପାଣ୍ଠି ରୁ ମଞ୍ଜୁର ଅର୍ଥ ଆଵଶ୍ୟକ କାଗଜପତ୍ର ଦେଇନପାରିଥିବା କାରଣରୁ ବହୁଦିନ ଧରି କାମ ନହୋଇ ପଡିରହିଥିବା ଅର୍ଥର ତୁରନ୍ତ ହିସାବ ଦେଲେ ଅନ୍ୟତ୍ର ଖର୍ଚ୍ଚ ବ୍ୟବସ୍ଥା କରିଜିବା, ସ୍ପେଶାଲ ପ୍ରୋବ୍ଲେମ ଫଣ୍ଡରେ ମଞ୍ଜୁର ପଚାଶ ଲକ୍ଷ ଅର୍ଥର ତାଲିକା ତୁରନ୍ତ ବ୍ଲକ ପ୍ରଶାସନକୁ ହସ୍ତାନ୍ତର ସଂକ୍ରାନ୍ତରେ ଜିଲ୍ଳା ପ୍ରକଳ୍ପ ଅଧିକାରୀଙ୍କୁ ଯୋଗାଯୋଗ କରି କାମ ଆରମ୍ଭ, ବ୍ଲକକୁ ଆସିଥିବା ବିଭିନ୍ନ ଅର୍ଥର ସୁଧ ଅର୍ଥ କେଉଁଥିରେ ଖର୍ଚ୍ଚ ହେଉଛିକି ନା ସଂପୃକ୍ତ ବିଭାଗକୁ ଫେରାଇ ଦିଆ ଯାଉଛି ୟାର ହିସାବ ମାଗିଥିଲେ।ଏ ସକ୍ରନ୍ତରେ ବିଡ଼ିଓ ପରେ ଜଣାଇଦେବେବୋଲି କହିଥିଲେ।ଡିପାର୍ଟମେଂଟାଲୀ ହେଉଥିବା କାମର ସିକୁରୀଟି ମନି କେତେ ଅଛି ଓ କେତେ ଟଙ୍କା ଠିକାଦାରଙ୍କୁ ଦିଆଜାଇଛି ହିସାବ ମାଗିଥିଲେ।ସନ୍ତୋଷଜନକ ଉତ୍ତର ନମିଳିଲେ ଆର ଟି ଆଇ ମାଧ୍ୟମ ଆପଣେଇବାକୁ ଜନସାଧାରଣ ବାଧ୍ୟହେବେବୋଲି ଇପସ୍ଥିତ ଅଭିଯୋଗକାରୀମାନଙ୍କୁ କହିଥିଲେ।ବ୍ଲକରେ ଖାଲି ପଡିଥବା ପଦବୀ ପୂରଣ ପାଇଁ ଜିଲ୍ଲାପାଲଙ୍କ ସହିତ ଟେଲିଫୋନଯୋଗେ ଆଲୋଚନା କରି ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କାହାରି ବିଲ ବିନା କାରଣରେ ନଅଟକାବାକୁ ବୋଡିଓଙ୍କୁ ତାଗିଦ କରିଥିଲେ।ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ପହଂଚି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ.ବେହେରାଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି 5ଟି ଓ ଅନ୍ୟ ଏକ ଯୋଜନାରେ ମଞ୍ଜୁର ୧୭ ଲକ୍ଷ ଟଙ୍କାର ସଠିକ ରୂପାୟନ ନହେଲେ ଉପରିସ୍ଥ ଅଧିକାରୀଙ୍କୁ ଲେଖି କାମର ପୁନଃ ତଦନ୍ତ କରିବାର ବାଟ ବାହାର କରାଯିବ ବୋଲି ତାଗିଦ କରିଥିଲେ। ସବୁ କାମ ଏଷ୍ଟିମେଟ କପି ଦେଖାଇବାକୁ କରିଥିଲେ।