Odisha news

ଜିଲ୍ଲାପାଳ ଙ୍କ ଦ୍ଵାରା ରବି ଧାନ ମଣ୍ଡି ଶୁଭାରମ୍ଭ

0
ବାଲିପାଟଣା ତା ୨୪/୦୫ :  ଆଜି ସକାଳେ ଏହି ବ୍ଲକ ଅନ୍ତର୍ଗତ ସରାଟ ପ୍ରାଥମିକ ସେବା ସମବାୟ ସମିତି ପରିସରରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ଦ୍ଵାରା ରବି ଧାନ କ୍ରୟ ପାଇଁ ମଣ୍ଡି ଶୁଭାରମ୍ଭ ହୋଇଛି। ସମିତି ର ସଭାପତି ଅଧ୍ୟାପକ ଭାରତ ଭୂଷଣ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଦେବବ୍ରତ ସାହୁ,ଜିଲ୍ଲା ଯୋଗାଣ ଅଧିକାରୀ ସୁଗୁଡା ମୁର୍ମୁ,ସମବାୟ ଉପ ନିବନ୍ଧକ  ଅଳକାନନ୍ଦା ଜେନା,ତହସିଲଦାର ବୁଲ ବୁଲ ବେହେରା,ସରପଞ୍ଚ ବାହାନ ଭୋଇ ପ୍ରମୁଖ ଯୋଗ ଦେଇଥିଲେ।ଜିଲ୍ଲାପାଳ ଚାଷୀ ମାନଙ୍କ ସହଯୋଗ କାମନା କରିବା ସହିତ ଅଧିକାରୀ ମାନେ ତୁରନ୍ତ ବିକ୍ରୟ ମୂଲ୍ୟ ପ୍ରଦାନ ପାଇଁ ସହଯୋଗ କରିବାକୁ ଆଶା ପ୍ରକାଶ କରିଥିଲେ।ଆଜି ମଣ୍ଡି ରେ ୬ ଜଣ ଚାଷୀଙ୍କ ଠାରୁ ୧୬୬ କ୍ଵିଣ୍ଟାଲ ୩୨ କିଗ୍ରା ଧାନ କ୍ରୟ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଯୋଗାଣ ଅଧିକାରୀ ତ୍ରିଲୋଚନ ସାହୁ,ବ୍ଲକ ସମବାୟ ଅଧିକାରୀ ଦିବ୍ୟରଞ୍ଜନ ପ୍ରଧାନ,ଯୋଗାଣ ଅଧିକାରୀ ନେତ୍ରାନନ୍ଦ ବେହେରା,ସମିତିର ସଂପାଦକ ପ୍ରଭୁ ପ୍ରସାଦ ଜେନା,ଗାରେଡିପଞ୍ଚାଣ ସମିତି ସଭାପତି ଅଭିମନ୍ୟୁ ନାୟକ ଓ ସମ୍ପାଦକ ସୁଶୀଲ ପଣ୍ଡା ଙ୍କ ସମେତ ଶତାଧିକ ଚାଷୀ ଓ ସମବାୟ ପ୍ରେମୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

Leave A Reply