ବାଲିପାଟଣା ୧୬/୦୫ : – ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ୍ ବାଗଲପୁର ଗ୍ରାମରେ ମାଙ୍କଡ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣା ପରେ ଆଜି ପୂର୍ବାହ୍ନ ରେ ବହୁ କସରତ ପରେ ଉତ୍ପା ତିଆ ମାଙ୍କଡ କୁ ଟ୍ରାଙ୍କୁଲାଇଜ୍ କରି କାବୁ କରିଛି ବନ ବିଭାଗ । ଟ୍ରାଙ୍କୁଲାଇଜ୍ ପରେ ମାଙ୍କଡ କୁ ଅନ୍ୟତ୍ର ନେଇଛି ବନ ବିଭାଗ । ନନ୍ଦନକାନନ ର ୨ ଜଣିଆ ଟ୍ରାଙ୍କୁଲାଇଜ୍ ର ଟିମ୍ ସହ ବାଲିପାଟଣା ବନ କର୍ମଚାରୀ ବାଗଲପୁର ଗ୍ରାମରେ ପହଁଞ୍ଚି ମାଙ୍କଡ କୁ ଗ୍ରାମବାସୀଙ୍କ ସହ ଉତ୍ପାତିଆ ମାଙ୍କଡକୁ ଖୋଜା ଖୋଜି କରିଥିଲେ । ପରେ ଏକ ମାଙ୍କଡ କୁ ଟ୍ରାଙ୍କୁଲାଇଜ୍ କରିଥିଲେ ଟିମ୍ । ମାଙ୍କଡ଼ ଟି ଅଚେତ୍ ହେବା ପରେ ଅନ୍ୟତ୍ର ନେଇଥିଲେ ବନ କର୍ମଚାରୀ । ପ୍ରକୃତରେ ଏହି ମାଙ୍କଡଟି କାମୁଡା ମାଙ୍କଡ କି ନୁହେଁ ତାହା ଜଣାପଡ଼ି ନାହିଁ । ୨ ଦିନ ମଧ୍ୟରେ ମାଙ୍କଡ କାମୁଡା ରେ ୭ ଜଣ ଗୁରୁତର ଭାବେ ଆହାତ ହୋଇଥିଲେ । ୨ ମାସ ପୂର୍ବେ ମାଙ୍କଡ କାମୁଡା ରେ ବାଗଲପୁର ଗ୍ରାମର ପ୍ରାୟ ୧୫ ଜଣ ଗୁରୁତର ଭାବେ ଆହାତ ହୋଇ ଥିଲେ ।
