Odisha news

ବାଲିପାଟଣା ରେ ମୁଗମଣ୍ଡି ଉଦଘାଟିତ

0
ବାଲିପାଟଣା :  ବାଲିପାଟଣାସ୍ଥିତ ଗାରେଡିପାଞ୍ଚନ ସେବା ସମବାୟ ସମିତିଠାରେ ଚଳିତ ବର୍ଷର ମୁଗମଣ୍ଡି ଉଦଘାଟିତ ହୋଇଯାଇଛି।ମାର୍କଫେଡ ସଭାପତି କବିତା ପରିଡା ମୁଖ୍ୟ ଅତିଥିଭାବେ ଯୋଗଦାନକରି ମଣ୍ଡି ଉଦଘାଟନ କରି କହିଲେ ଚାଷୀଙ୍କ ଶସ୍ୟ ମୁଗ,ବିରି ଓ ଚିନାବାଦାମ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସମବାୟ ସମିତି ମାଧ୍ୟମରେ କିଣାଯିବ।ଯଦି କେହି ମୁନାଫା ବ୍ୟବସାୟୀ  ଗୋଷ୍ଠି ଚାଷୀମାନଙ୍କୁ ଦିଗଭ୍ରଷ୍ଟ କରନ୍ତି ତାଙ୍କ ବିରିଧରେ ଆଇନ ଅନୁସାରେ ସରକାରୀଭାବେ କାର୍ଯ୍ୟାନୁଷ୍ଠାନ ହୋଇପାରିବ।ମାର୍କଫେଡ ସେକ୍ରେଟାରୀ ରୋଜାଲିନି ସେନାପତି କହିଲେ ଚାଷୀଙ୍କୁ ସରକାରୀ ମଣ୍ଡିରେ ମୁଗ,ବିରି ଓ ଚିନା ବାଦାମ ଦେବାକୁ ସରକାରଙ୍କ ପକ୍ଷରୁ ଗାଁ ରେ ମାଇକ ପ୍ରଚାର କରି ସଚେତନ କରାଯାଉଛି। ଏହାର ସୁଯୋଗ ସମସ୍ତ ଚାଷୀ ନେବାକୁ କହିଥିଲେ।ଅନ୍ୟମାନଙ୍କ ମଧରେ ଡି ଆର ସି ଏସ ଅଳକାନନ୍ଦା ଜେନା,ବ୍ଲକ କୃଷି ଅଧିକାରୀ ନକ୍ଷତ୍ର ରାଉଳ ଉପସ୍ଥିତ ରହି ନିଜନିଜର ମତ ରଖିଥିଲେ।ସମିତି ସଭାପତି ଅଭିମନ୍ୟୁ ନାୟକ ସଭା ପରିଚାଳନା କରିଥିଲେ।ସମ୍ପାଦକ ସୁନୀଲ କୁମାର ପଣ୍ଡା,ସଭ୍ୟ ପ୍ରଦୋଷ ସେନାପତି,ବଟକୃଷ୍ଣ ରାଉତରାୟ,କ୍ଷୀରୋଦ କୁମାର ଓଝା ଓ ଜ୍ୟୋତିରଞ୍ଜନ ନାୟକ ଓ ହରିହର ଭଟ୍ଟ ଙ୍କ ସମେତ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ।ତିନିଜଣ ଚାଷୀ ୨୨କୁଇଣ୍ଟାଲ ମୁଗ ପ୍ରଥମ ଦିନରେ ମଣ୍ଡିରେ ଦେଇଥିଲେ।୭୫ଜଣ ଚାଷୀ ପଞ୍ଜିକରଣ କରିଛନ୍ତି।

Leave A Reply