ବାଲିପାଟଣା: ବାଲିପାଟଣା ବ୍ଲକ ନରିଶୋ ଗ୍ରାମପଚାଂୟତ ଅଧିନସ୍ଥ ଭତବତପଡା ଦଳିତ ସାହିର ଦୁଇଟି ୱାଡରେ ବାସକରନ୍ତି ପ୍ରାୟ ୨ ହଜାର ଲୋକ । କିନ୍ତୁ ପରିତାପର ବିଷୟ ଯେ ସେମାନଙ୍କ ଯାତାୟତ ପାଇଁ ଥିବା ଏକମାତ୍ର ଗ୍ରାମ୍ୟ ରାସ୍ତାରେ ଏବେ ଆଣୁଏ ପାଣି ଠିଆ ହୋଇଛି । ଗତ ୪ ମାସ ତଳେ ବ୍ଲକ ଉନ୍ନୟନ ବିଭାଗ ୨ ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତାକୁ ଢ଼ଳେଇ କରିଥିଲା ।
ଯାହା ଖାଲ ଢ଼ିପରେ ପୂର୍ଣ୍ଣ ଓ ଅତି ନିମ୍ନମାନର କାର୍ଯ୍ୟ ଥିଲା ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳ, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ଓ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲେ । ହେଲା ଅଦ୍ୟାବଦ୍ଧି କୌଣସି ସୁଫଳ ମିଳିପାରି ନାହିଁ । ଏବେ ବର୍ଷା ଯୋଗ ସବୁବେଳେ ଗାଁ ଦାଣ୍ଡରେ ଆଣୁଏ ପାଣି ଲହଡି ମାରୁଛି ।
ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ୪/୫ ଦିନ ପାଣି ଠିଆ ହୋଇ ରହୁଛି । ତୁରନ୍ତ ଏହାକୁ ମରାମତି ନକଲେ ଗ୍ରାମବାସୀମାନେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଗ୍ରାମବାସୀ ଜୟକୃଣ୍ଣ କାଣ୍ଡି, ଲକ୍ଷ୍ମୀଧର ଭୋଇ, ଧନେଶ୍ୱର ଭୋଇ, ପଚାଂନନ ଭୋଇ ଓ ରାମଚନ୍ଦ୍ର ଭୋଇ ପ୍ରମୁଖ ଚେତାବନି ଦେଇଛନ୍ତି ।
