ଲକ୍ଡାଉନ୍ ଲୋକଙ୍କ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଛି । କୋଟି କୋଟି ଲୋକ ବେରୋଜଗାର ହେବା ସହ ଅନେକଙ୍କ ବ୍ୟବସାୟ ବନ୍ଦ ପଡ଼ିଛି । ମନୋରଞ୍ଜନ ଦୁନିଆରେ ବି ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ଟିଭି ସିରିଏଲ୍ ‘ବାଳିକା ବଧୂ’ ନିର୍ଦ୍ଦେଶକ ରାମବୃକ୍ଷ ଗୌଡ଼ କାମ ନ ପାଇ ପରିବାର ପ୍ରତିପୋଷଣ ପାଇଁ
ଆଜମଗଢ଼ ଜିଲ୍ଲାରେ ପରିବା ବିକୁଛନ୍ତି । ସେ ଏକ ଭୋଜପୁରୀ ଫିଲ୍ମରେ କାମ କରିଥାନ୍ତେ ଓ ପରେ ହିନ୍ଦୀ ଫିଲ୍ମରେ ସେହି ସମୟରେ ମହାମାରୀ ଆରମ୍ଭ ହୋଇଗଲା । ଗୌଡ଼ଙ୍କ ଦୁର୍ଦ୍ଦଶା ଖବର ସୋସାଲ ମିଡିଆରେ ପ୍ରଚାର ହେବା ପରେ ବାଳିକା ବଧୂର ଲିଡ୍ ଆକଫର ଅନୂପ ସୋନି ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖଦ । ବାଳିକା ବଧୂ ଟିମ୍ ସାହାଯ୍ୟ କରିବା ପାଇଁ ତାଙ୍କ ସହ ଯୋଗାଯୋଗ କରୁଛି । ବାସ୍ତବରେ ବହୁତ ଲୋକ ତାଙ୍କୁ ଜାଣି ନ ଥିଲେ । କାରଣ ସେ ଗୋଟିଏ ଛୋଟ ୟୁନିଟର ନିର୍ଦ୍ଦେଶକ ଭାବେ କାମ କରୁଥିଲେ ।’
