ବାଲିଗୁଡା,୨୦/୩-; କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସେବାଶ୍ରମ(କଲ୍ୟାଣ ବିଭାଗ) ଭାଲିଆପାଣିର । ଏହି ଆଶ୍ରମ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପ୍ରାୟ ୨୦୦ରୁ ଅଧିକ ଛାତ୍ରୀ ରହୁଛନ୍ତି । ଏହି ସେବାଶଶ୍ରମ ବିଦ୍ୟାଳୟର ଛାତ୍ରୀ ମାନେ ଆଜି ଦିନ ଦୁଇଟାର ଉଦୁଉଦିଆ ଖରାରେ ସେବାଶ୍ରମ ସମ୍ମୁଖରେ ଥିବା ଏକ ନଳକୁପରୁ ରାଜରାସ୍ତା ପାରି ହୋଇ ପାଣି ଆଣୁଥିବା ଦେଖିବାକୁ ମିଲିଥିଲା । ଛାତ୍ରୀମାନେ ବାଲତି,ମାଠିଆ ହାତରେ ଧିର ିନଳକୁପ ଆଗରେ ଲାଇନ କରି ମାଠିଆ ଓ ବାଲତିରେ ନଳକୁପ ମାରି ପାଣୀ ଭର୍ତି କରୁଥିଲେ ଓ ତାପରେ ମୁଣ୍ଡରେ ମାଠିଆ ଓ ହାତରେ ବାଲତିରେ ପାଣି ଧରି ପୁଣି ରାସ୍ତା ପାରିହୋଇ ଆଶ୍ରମକୁ ପାଣି ନେଉଥିଲେ ।ଜଣେ ଛାତ୍ରୀ ଏକାଧିକ ଥର ନଳକୁପରୁ ଆଶ୍ରମକୁ ପାଣିନେଇଛନ୍ତି ।
ରାସ୍ତାପାର ହୋଇ ପାନି ନେଉଥିବା ସମୟରେ ଖୋଦ ଏହି ସେବାଶ୍ରମର ପ୍ରଧାନ ଶିକ୍ଷକ ରଣଜିତ କୁମାର ପ୍ରଧାନ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।ପାଣି ନେଉଥିବା ଛାତ୍ରୀମାନଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଆଶ୍ରମ ଭିତରେ ପାଣି ନାହିଁ ତେଣୁ ଆମ ପ୍ରଧାନ ଶିକ୍ଷକ କହିଲେ ନିଜ ପାଇଁ ନିଜେ ପାଣି ଆଣ ଓ ଆଶ୍ରମ ପାଇଁ ମଧ୍ୟ ପାଣି ବିଦ୍ୟାଳୟ ସମ୍ମୁଖରେ ଥିବା ନଳକୁପରୁ ପାଣି ଆଣିବାକୁ , ସେଥିପାଇଁ ଆମେ ରାସ୍ତା ପାର ହୋଇ ଆମେ ପାଣି ନେବାକୁ ଆସୁଛୁ ।ଏହି ପାଣୀ ଆମେ ବ୍ୟବହାର କରିବା ସହ ସେବାଶ୍ରମର ରୋଷେଇ କାର୍ଯ୍ୟରେ ବି ଲାଗୁଛି ।ସୁଚନା ଯୋଗ୍ୟ ଯେ ଏହି ଶେବାଶ୍ରମ ସମ୍ମୁଖରେ ଥିବା ନଳକୁପଟି ରାସ୍ତା ଆରପାଖେ ।
ଏହି ରାସ୍ତା ରାଜପଥ ୫ ବା ଏସଏଚ୫ ଭାବେ ନାମିତ ହୋଇଛି ଓ ଏହି ରାସ୍ତା ବାଲିଗୁଡା ଠାରୁ ମୁନିଗୁଡା,ବାଲିଗୁଡା ଠାରୁ ମାଲକାନଗିରି ଓ ଅନ୍ୟ ଜିଲ୍ଲାକୁ ସଂଯୋଗ କରୁଛି ଏବଂ ଏହି ରାସ୍ତା ଉପରେ ୨୪ଘଣ୍ଟା ଅନବରତ ଗାଡି ଚଳାଚଳ ହେଉଛି ।ଏହାକୁ ଦେଖି ପ୍ରଶ୍ନବାଚୀ ଶୃଷ୍ଟି ହେଉଛି ଯେ କିଭଳି ପ୍ରଧାନ ଶିକ୍ଷକ ଛାତ୍ରୀ ମାନଙ୍କୁ ରାସ୍ତା ପାରି ହୋଇ ପାଣି ଆଣିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଯଦୀ ପାଣି ଆଣିବା ସମୟରେ କୌଣସି ଛାତ୍ରୀଙ୍କ ସଡକ ଦୁର୍ଘଟଣାରେ କିଛି ଅସୁବିଧା ହୁଏ ତେବେ ଏହାର ଉତର ଦାୟୀ କିଏ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ଶୃଷ୍ଟି ହେଉଛି । ଅପରପଟେ କରୋନା ଭାଇରସ ପାଇଁ ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଆଶ୍ରମ ବିଦ୍ୟାଳୟ ପରିସରରୁ ବାହାରକୁ ଯିବାକୁ ଅନୁମତି ନଥିବା ସମୟରେ କିଭଳି ପ୍ରଧାନ ଶିକ୍ଷକ ଛାତ୍ରୀ ମାନଙ୍କୁ ଆଶ୍ରମ ବାହାରକୁ ଯିବାକୁ କହିଛନ୍ତି ।
ଏହି ବାବଦରେ ପ୍ରଧାନ ଶିକ୍ଷକ ରଣଜିତ କୁମାର ପ୍ରଧାନଙ୍କୁ ପଚରିବାରୁ ସେ କହିଛନ୍ତି ସେବାଶ୍ରମରେ ପାଣିର ଭଲ ସୁବିଧା ନଥିବା ହେତୁ ପିଲାଙ୍କୁ ମୁଁ ରାସ୍ତା ଆରପାଖେ ନଳକୁପରୁ ପାଣି ଆଣିବାକୁ କହିଛି । ପିଲାଙ୍କ ପାଇଁକଣ ମୁଁ ନିଜେ ଜାଇ ପାଣି ଆଣିଥାନ୍ତିକି ବୋଲି ଓଲଟି ପ୍ରଶ୍ନ କରିଛନ୍ତି ଏବଂ ସେବାଶ୍ରମରେ ପାଣି ସମସ୍ୟା ଅଛି ବୋଲି ଉଚ୍ଚ କର୍ତୁପକ୍ଷଙ୍କୁ ଜଣାଇଛି ବୋଲି ମତ ରଖିଛନ୍ତ ପ୍ରଧାନ ଶିକ୍ଷକ ।