ବାଲିଗୁଡା,୭/୫-; ବାଲିଗୁଡାରେ ଚାଲିଛି ଠାକୁରାଣୀ ଯାତ୍ରା ,ଏହି ଯାତ୍ରା ୧୩ଦିନରେ ପହଁଚିଲା । ମା ପାଟଖଣ୍ଡାଙ୍କ ସମେତ ବରାଳଦେବୀ,ଦୁର୍ଗା,ମହାମାୟୀ ଓ ଡେଙ୍ଗସିଳ ଚାରିଭଉଣି ଙ୍କ ଘଟ ବାଲିଗୁଡାର ସାହିକୁ ସାହି ପରିଦର୍ଶନକରୁଛନ୍ତି । ରିତିନିତି ଅନୁଯାୟୀ ପ୍ରତୈ୍ୟକ ଦିନ ପୁଜାର୍ଚ୍ଚନା ହେଉଛି ଏବଂ ମାଙ୍କ ଦର୍ଶନ ନିମନ୍ତେ ଅସ୍ଥାୟୀ ପୀଠରେ ଭକ୍ତଙ୍କ ସମାଗମ ବଢିବାରେ ଲାଗିଛି । ମା ଆଜି ବନ୍ଧସାହି ଭ୍ରମଣରେ ଯାଇଛନ୍ତିା ଏଥିନିମନ୍ତେ ସକାଳୁ ଏହି ବନ୍ଧସାହି ବାସିନ୍ଦ ମାଙ୍କୁ ବରୁଣ ଓ ପୁଜାର୍ଚ୍ଚନା କରିଯାଇଛନ୍ତ, ପଟୁଆରରେ ମାଙ୍କୁ ପାଛୋଟି ନେଇଥିଲେ । ଆୟୋଜକ ସମିତି ମା ପାଟଖଣ୍ଡା ଦୁର୍ଗା ପୁଜା ସମିତି ଦ୍ୱାରା ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ମୀନାବଜାର ଓ ଦୋକାନ ବଜାର ଖୋଲାଯିବା ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ କରା୍ାଉଛି । ଆଜି ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ ମିଲନ ଅକେଷ୍ଟ୍ରା ଭୁବନେଶ୍ୱରର ,ଏଥିରେଓଡିଶାର ସୁନାମ ଧନ୍ୟ କଣ୍ଠଶିଳ୍ପି ଦିପ୍ତୀରେଖା ଓ ତାଙ୍କ ସାଥି ଦର୍ଶକଙ୍କୁ ସଙ୍ଗିତଗାଇ ମନୋରଂଜନ କରିଥିଲେ ,ଏହାକୁ ଦର୍ଶକ ମନୋଭରୀ ଉପଭୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ନିମନ୍ତେ ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା ଓ ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ ପ୍ରଦୀପ ପ୍ରଜ୍ୱଳନ କରି ରିବନ କାଟି ଶୁଭଉଦଘାଟନ କରିଥିଲେ ,ଏଥିରେ ଆୟୋଜକ ସମିତିର ସଭାପତି ଲୋକନାଥ ପାଢୀ,ସମ୍ପାଦକ ଭଗବତୀ ପ୍ରସାଦ ସାବତ,ଯୁଗ୍ମ ସମ୍ପାଦକସୁଜିତ କୁମାର ପାଳ ପ୍ରମୁଖ ମଂଚାସିନ ଥିଲେ ଓ ଡଃ.ଶୁଶାନ୍ତ କୁମାର ଦାସ ମଂଚକୁପରିଚାଳନା କରିଥିଲେ । ଅସ୍ଥାୟୀ ମଣ୍ଡପ ସହ ଯାତ୍ରା ପଡିଆ ପ୍ରବଳ ଲୋକଙ୍କ ସମାଗମ ରହିଅଛି ।