Odisha news

ଗଞ୍ଜେଇ ସହ ପିକ୍‌ଅପ୍ ଭ୍ୟାନ୍ ଜବତ : ଦୁଇଜଣ ଚାଲାଣକରୀ ଗିରଫ

0
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ ଚୋରାଚାଲାଣ ବେଳେ  ପୋଲିସ୍ ପକ୍ଷରୁ ଚଢ଼ାଉ । ସୂଚନା ପ୍ରକାରେ ପୋଲିସ୍ ପଟ୍ରୋଲିଂ ଚାଲିଥିବା ବେଳେ ପୋଲିସ୍ କୁ ଦେଖି ଦୃତଗତିରେ ଯାଉଥିବା ଏକ ପିକ୍‌ଅପ୍ ଭ୍ୟାନ୍ ନଂ.ଓଡି.13ଏଲ. 9610 କୁ ପିଛା କରିଥିଲା ପୋଲିସ୍ ।
ବାଲିଗୁଡ଼ା ଥାନା ଗୁମାପଦର ଛକ ନିକଟରେ ପିକ୍‌ଅପ୍ ଭ୍ୟାନ୍ କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ୍ ଏବଂ ସେଥିରେ  35କେଜି 300ଗ୍ରାମ  ଗଞ୍ଜେଇ ଥିବା  ଭ୍ୟାନ୍ କୁ ଜବତ କରିବା ସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଦୁଇ ଚାଲାଣ କାରୀ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ମନୋଜ ଘଡ଼େଇ ଏବଂ ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳର ବିଚିତ୍ର ମହାନ୍ତି ବୋଲି ପୋଲିସ ପ୍ରକାଶ କରିଛି l
ଏହି ଗଞ୍ଜେଇ ବାଲିଗୁଡ଼ା ଅଞ୍ଚଳରୁ ପୁରୀ ଜିଲ୍ଲାକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା  ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି ବୋଲି ବାଲିଗୁଡା ଡିଏସପି ମନୋଜ କୁମାର ପୂଜାରୀ ପ୍ରକାଶ କରିଛନ୍ତି l
IEC 2 years
Leave A Reply