Odisha news

କନ୍ଧମାଳ ଜିଲ୍ଲାକୁ ଦିନିକିଆ ଗସ୍ତରେ ରାଜ୍ୟ ଗୁଇନ୍ଦା ନିର୍ଦେଶକ ସଂଜୀବ ପଣ୍ଡା : ମାଓମୁକ୍ତ କରିବାକୁ ଆହ୍ୱାନ

0
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା  ବାଲିଗୁଡା ଥାନା ଅଞ୍ଚଳକୁ ରାଜ୍ୟ ଗୁଇନ୍ଦା ନିର୍ଦେଶକ ସଂଜୀବ ପଣ୍ଡା ଦିନିକିଆ ଗସ୍ତରେ ଆସି ବିଭିନ୍ନ ଥାନା ଓ ସିଆରପିଏଫ କ୍ୟାମ୍ପ ପରିଦର୍ଶନ କରି ଫେରିଛନ୍ତି l ତାଙ୍କ ସହ ଆଇଜି ଅପରେଶନ ଅମିତାଭ ଠାକୁର, ଆଇଜି ସିଆରପିଏଫ ଏସ.କେ ମହାନ୍ତି, ସିଆରପିଏଫର 127 ବାଟାଲିୟନ କମାଡେଣ୍ଟ  ଆନନ୍ଦ ଝା, ସିଆରପିଏଫ ଡ଼ିଆଇଜି, କନ୍ଧମାଳ ଏସ.ପି ଶୁଭେନ୍ଦୁ ପାତ୍ର ପ୍ରମୁଖ ଗୁରୁବାର ଅପରାହ୍ନରେ ହେଲିକ୍ୟାପ୍ଟର ଦ୍ୱାରା ଫୁଲବାଣୀ ସ୍ଥିତ ପୋଲିସ ପଡିଆରେ ଓଲ୍ହାଇ ପୋଲିସ ବ୍ୟାରେକରେ ପହଂଚି ଫୁଲବାଣୀ ଏସ.ପି ଅଫିସ ଯାଇ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ।  ସେଠାରୁ ସିଧା ବାଲିଗୁଡା ଥାନା ଅଞ୍ଚଳ ଆସି ଆଇଜି ଅପରେଶନ ଅମିତାଭ ଠାକୁର ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା ଏବଂ ଓଡ଼ିଶା ପୋଲିସ ନିର୍ଦେଶକ, ବାଲିଗୁଡା ଏସଡିପିଓ ରୋହିତ ବର୍ମା, ସିଆରପିଏଫ, ବିଏସଏଫ ମୁଖ୍ୟ ଙ୍କ ସମେତ ବିଭିନ୍ନ ଅଧିକାରୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ବର୍ତ୍ତମାନ ନୂତନ ଭାବେ ନିର୍ମାଣ  କରାଯଇଥିବା ବାଲିଗୁଡା ଥାନା ଅନ୍ତର୍ଗତ ଡାକା, ଏବଂ ବେଲଘର ଥାନା ଅନ୍ତର୍ଗତ କନ୍ଧମାଳ-କଳାହାଣ୍ଡି ଜିଲ୍ଲା ସୀମାନ୍ତ ବର୍ତ୍ତୀ ଭଣ୍ଡରଙ୍ଗୀ ଓ ଲୁବେନଗଡ଼ ସିଆରପିଏଫ କ୍ୟାମ୍ପ ଗୁଡ଼ିକୁ ବୁଲି ଦେଖିବା ସହିତ ସମଗ୍ର କନ୍ଧମାଳ ଜିଲ୍ଲାକୁ ମାଓ ମୁକ୍ତ କରିବା ନେଇ ଯବାନ ମାନଙ୍କ ସହ ସମୀକ୍ଷା କରିବା ସହିତ ସେମାନଙ୍କର ମନବଳ ଦୃଢ଼ କରି ଆଗାମୀ ଦିନରେ ନକ୍ସଲ ଦମନ କାର୍ଯ୍ୟକ୍ରମ କୁ ଅଧିକ ଜୋରଦାର କରାଯିବ ବୋଲି ଆହ୍ୱାନ ଦେଇଥିଲେ l
Nalco
Leave A Reply