Odisha news

ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ : ଜଣେ ଗିରଫ

0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ):  ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍ । ୬୩ କେଜି ୨୫୦ ଗ୍ରାମ ଗଞ୍ଜେଇ ସହ ଜଣେ ଚାଲାଣକାରୀ ଗିରଫ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସବ୍ ଇନ୍ସପେକ୍ଟର ଆଶୁତୋଷ ପାଇକରାୟ ନିଜ ଟିମ୍ ସହ ପାଟ୍ରୋଲିଂ କରୁଥିବା ସମୟରେ ଲଣ୍ଡାଗାଁ ପଞ୍ଚାୟତର ଘୋଡାବାଲି ଗାଁ ନିକଟରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ହେଉଥିବାବେଳେ ୬୨ କେଜି ୨୫୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଗିରଫ ବ୍ୟକ୍ତି ଜଣକ ଘୋଡ଼ାବାଲି ଗ୍ରାମର ଦୌରଥ ବାଘ ହୋଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।

Nalco
Leave A Reply