Odisha news

ମା ପାଟଖଣ୍ଡା ବାରିକ ସମିତିର ୩୪ ତମ ବାର୍ଷିକ ଉତ୍ସବ

0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା ପାଟଖଣ୍ଡା ବାରିକ ସମିତିର ୩୪ ତମ ବାର୍ଷିକ ଉତ୍ସବ ନିକଟସ୍ଥ ଶ୍ରୀ ଶ୍ରୀ ଖଡେଗଶ୍ୱର ମନ୍ଦିର ପରିସରରେ କାର୍ଯ୍ୟକାରୀ ସଭାପତି ଅଲେଖ କୁମାର ମୁଦୁଲି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ସମିତି ର ୫ ଜଣ ସଦସ୍ୟ ଙ୍କ ଦେହାନ୍ତ ହୋଇଥିବା ଯୋଗୁଁ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ୧୯୮୮ ମସିହା ରେ ସ୍ଥାପିତ ହୋଇଥିବା ଆମର ଏହି ସଂଘ ଆଜି ବହୁ ବାଧା ବିଘ୍ନକୁ ପାଥେୟ କରି ଦୀର୍ଘ ୩୪ବର୍ଷ ରେ ପଦାର୍ପଣ କରିଥିଲେ ମଧ୍ୟ ସମିତି ର ଏକ ନିଜସ୍ୱ ସ୍ଥାୟୀ ଗୃହ ନାହିଁ, ଏଣୁ ଏ ସମ୍ପର୍କ ରେ ସ୍ଥାନୀୟ ଉପଜିଲ୍ଲାପାଳ ଓ ତହସିଲଦାର ଙ୍କୁ ଏକ ସ୍ଥାୟୀ ଗୃହ ନିମନ୍ତେ ଜାଗା ଯୋଗାଇ ଦେବା ପାଇଁ ଲିଖିତ ଭାବେ ଜଣାଯାଇଥିବା ସହ ଆମର ଏହି ସମିତି ଓଡିଶା ରେଜିଷ୍ଟ୍ରସନ ପାଇବା ପାଇଁ ଅନୁମୋଦନ ପତ୍ର ପାଇଥିବା ଏବଂ ସମସ୍ତ ଆୟ ବ୍ୟୟ ହିସାବ ବିଷୟ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ ସମ୍ପାଦକ ଶ୍ରୀ ପଶାୟତ ଜଣାଇଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଆଇନ ପରାମର୍ଶ ଦାତା ପ୍ରଦୀପ କୁମାର ପାଣିଗ୍ରାହୀ, ସଭାପତି ନିରଞ୍ଜନ ଡାକୁଆ, ଉପସଭାପତି ସୂର୍ଯ୍ୟ ଚରଣ ବେହେରା(କ. ନୂଆଗାଁ), ସମ୍ପାଦକ ମନୋଜ କୁମାର ପଶାୟତ(ବାଲିଗୁଡା), ରାଜ୍ୟ ବେହେରା କୈଳାଶ ଚନ୍ଦ୍ର  ପଶାୟତ, କୋଟଗଡ଼ ବ୍ଲକ ସଭାପତି ସନ୍ୟାସୀ ଡାକୁଆ, ତୁମୁଡିବନ୍ଧ ବ୍ଲକ ସଭାପତି ସୁଦାମ ଡାକୁଆ ,କୁଳ ବେହେରା ସୁରେନ୍ଦ୍ର ଡାକୁଆ, ପାଇକ ପଞ୍ଚାନନ ଡାକୁଆଙ୍କ ସମେତ ଅନ୍ୟ ସମସ୍ତ ବ୍ଲକର ସଭ୍ୟ ଓ ସଭ୍ୟାମାନେ ଯୋଗ ଦେଇ ପରିଚାଳନା ରେ ସହଯୋଗ କରିଥିଲେ l ଏହି ସଭାଟି ସଫଳତାର  ସହ ଆୟୋଜନ ହୋଇଥିବାରୁ ସମିତି ର ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଯାଇଥିଲା l ଶେଷରେ ସମ୍ପାଦକ ଶ୍ରୀ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ l

Nalco
Leave A Reply