Odisha news

ବାଲିଗୁଡା : ଝୁଲା ବ୍ରିଜର ସୁରକ୍ଷା ନେଇ ପ୍ରଶାସନ ତପ୍ତର

0

ବାଲିଗୁଡ଼ା  : କନ୍ଧମାଳ ଜିଲ୍ଲା ବାଲିଗୁଡା ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବୁଡୃକିଆ ପଞ୍ଚାୟତ ଓ କୁଟିକିଆ ପଞ୍ଚାୟତକୁ ଯାତାୟତ କରିବା ପାଇଁ ଚିରସ୍ରୋତା ଖଡଗ ନଦୀ ପଡେ ସେହି ନଦୀ ଉପରେ ଆଦିବାସୀ ଉନ୍ନୟନ ବିଭାଗ ବାଲିଗୁଡା ପକ୍ଷରୁ ଏକ ଝୁଲ୍ଲାବ୍ରିଜ୍ ୨୦୧୧ ମସିହାରେ ନିର୍ମାଣ କରାଯାଇ ଉଭୟ ପଞ୍ଚାୟତର ବିଭିନ୍ନ ଗ୍ରାମ ଓ ବାଲିଗୁଡାକୁ ଯାତାୟାତ କରିବା ପାଇଁ ସୁବିଧା କରାଯାଇଥିଲା। ଦିର୍ଘ ଦିନ ହେବ ତାର ରକ୍ଷଣା ବେକ୍ଷଣ ଅଭାବରୁ କିଛି ତୃଟି ସହ ବ୍ୟବହାର କରାଯାଇଥିବା ଉପକରଣ ନଷ୍ଟ ଓ ଖୋଲିକି ନେଇଯିବା ଓ ଯାତାୟତ ବେଳେ କୌଣସି କାରଣରୁ ଖସି ପଡିବ, ସେ ନେଇ ଝୁଲା ବ୍ରିଜ ଅସୁରକ୍ଷିତ ଥିବା ଆଶଙ୍କା କରି ଆଜି ଝୁଲ୍ଲା ବ୍ରିଜ୍ ର ତଦାରଖ ଓ ସୁରକ୍ଷାନେଇ କଲିକତା ଗାର୍ଡ୍ରେନ୍ ବ୍ରିଜ୍ ର  ଦୁଇଜଣିଆ ଟେକନିସିଆନ ଟିମ୍ ସହ ଆଇ,ଟି,ଡି,ଏ ପ୍ରକଳ୍ପ ଅଧିକାରୀ,କନିଷ୍ଠ ଯନ୍ତ୍ରୀ  ଝୁଲା ବ୍ରିଜରେ ପହଂଚି ବ୍ରିଜ୍ ର ସୁରକ୍ଷା ନେଇ ତଦାରଖ କରିବା ସହ ବ୍ୟବହାରିକ ଉପକରଣ ଉପରେ ତନଖିକରି ଯାଇଥିବା ଦେଖିବାକୁ ମିଳିଛି। ଆଜି ଗୁରୁବାର ଠାରୁ ଉକ୍ତ ବ୍ରିଜ ପୁରା ସୁରକ୍ଷିତ ନଥିବାରୁ ଭାରିଯାନ ଯାତାୟାତ ଉପରେ ରୋକ ଲଗାଇବା ସହ ବାଇକ୍ ଭଳି ଯାନ ଯିବା ଆସିବା ନେଇ ବ୍ୟବସ୍ଥା କରାଯିବା ସହ ଯେତେଶିଘ୍ର ଏହା ମରାମତି କରାଯିବ ସେନେଇ ବିଭାଗ ତପ୍ତର ଥିବା ନେଇ  ପ୍ରକଳ୍ପ ଅଧିକାରୀ ମଧୂସୁଦନ ବେହେରା ପ୍ରକାଶ କରିଛନ୍ତି।

Nalco
Leave A Reply