ବାଲିଗୁଡା :କନ୍ଧମାଳ ଜିଲ୍ଲାରେ କରୋନା ଭୁତାଣୁ ବଢ଼ିବାରେ ଲାଗିଛି l ଏନେଇ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସମୟରେ ବାଲିଗୁଡ଼ା ସହରକୁ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କରାଯାଇଛି । ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରିବା,ମାସ୍କ ବ୍ୟବହାର କରିବାସହ ଘରୁ ବାହାରକୁ ନ ବାହାରିବା ପାଇଁ ବାରମ୍ବାର ଜନସାଧାରଣଙ୍କୁ ନିବେଦନ କରାଯାଉଛି । ହେଲେ ଅମାନିଆଙ୍କ ପ୍ରତି କିଛି ପ୍ରଭାବ ପଡ଼ୁନି ।ପୋଲିସ ଦିନ ରାତି ଲଢ଼ିଚାଲିଛନ୍ତି l ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କେତେକ ଅମାନିଆ ବେଖାତିର କରି ଜୁଆ ଖେଳୁଥିଲେ l
ବାଲିଗୁଡା ପୋଲିସ ଡିଏସପି ମନୋଜ କୁମାର ପୂଜାରୀ ଓ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ସଦଳ ବଳ ବାଲିଗୁଡା ଥାନା ଅଧିନସ୍ଥ ଡହଲପଡି ଜଙ୍ଗଲରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮ ଜଣ ଜୁଆଡିଙ୍କ ଠାରୁ ନଗଦ ୨୮ହଜାର୧00ଟଙ୍କା, ମୋବାଇଲ ୮ଟି, ମୋଟର ସାଇକଲ ୮ଟି ଓ ୧0ପକେଟ ତାସ ଜବତ କରିଥିଲେ l ଗିରଫ ହୋଇଥିବା ଆଠ ଜଣ ଜୁଆଡ଼ିଙ୍କ ନାମରେ ଏକ ମାମଲା କେଶ ନଂ. ୧୩୫ /୨0ରେ ରୁଜୁ କରି କୋର୍ଟ ଚାଲାଣ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ଡିଏସପି ପୂଜାରୀ ପ୍ରକାଶ କରିଛନ୍ତି l
