Odisha news

ସ୍ବେଚ୍ଛାସେବୀ ସଙ୍ଗଠନ ସ୍ଵାତୀ ତରଫରୁ ରକ୍ତଦାନ ଶିବିର

0
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ଵାତୀ ତରଫରୁ ଟିକାବାଲି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ ୩୨ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଉକ୍ତ ରକ୍ତଦାନ ଶିବିରରେ ଫୁଲବାଣୀ ରକ୍ତ ଭଣ୍ଡାରର ଡ଼ ଜୟଦିପ୍ ଘୋଷ, ଦୀନକୃଷ୍ଣ ମହନ୍ତ, ସୁଜିତ କୁମାର ସାହୁ, ପ୍ରଶାନ୍ତ କୁମାର ରାତ୍ନାଲୁ ଓ ବରୁଣ ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ଏଏମସିଏସ ମହାବିଦ୍ୟାଳୟର ପୂର୍ବତନ କାର୍ଯ୍ୟକାରୀ ସଦସ୍ୟ ବାଳକୃଷ୍ଣ ବେହେରା ଓ ରକ୍ତଦାନ ସଦସ୍ୟ ଶଶୀଭୂଷଣ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ଶିବିରକୁ ସଂଗଠନର ପ୍ରଦୀପ କୁମାର ସ୍ୱାଇଁ, ରାଜ କୁମାର ବେହେରା ଓ ଜ୍ୟୋତି ପ୍ରକାଶ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।
Nalco
Leave A Reply