Odisha news

ବନ ବିଭାଗ ଦ୍ୱାରା ଚୋରା ଚନ୍ଦନ କାଠ ଜବତ : ଜଣେ ଗିରଫ

0
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବନ ବିଭାଗ ଓ ପାବୁରିଆ ବନ ବିଭାଗର ମିଳିତ ପାଟ୍ରୋଲିଂ ସମୟରେ କୌଣସି ସୂତ୍ରରୁ ଖବର ପାଇ ବାଇବାଲି ଗ୍ରାମର ରାକେଶ କୁମାର ନାୟକ (୪୩)ଙ୍କ ଘରେ ଚଢ଼ାଉ କରାଯାଇଥିଲା। ତାଙ୍କ ଘରୁ ୧୧.୫ କେଜି ଚନ୍ଦନ କାଠ ଜବତ କରାଯାଇ ଥିଲା। ଚୋରା ଚନ୍ଦନ କାଠ ରଖିଥିବା ଅଭିଯୋଗରେ ରାକେଶକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଚଢାଉରେ ବନପାଳ ପ୍ରବୀଣ ଦାସ, ମନୋଜ କୁମାର ଝା, ବନରକ୍ଷୀ ପ୍ରତାପ କୁମାର ବେହେରା, ପାରାଗାର୍ଡ ସନ୍ତୋଷ ଚୌଧୁରୀ ଓ ରାଜେଶ ଦିଗାଲ ପ୍ରମୁଖ ସାମିଲ ଥିଲେ। ଏ ନେଇ କେଶ ନଂ.୬୬/୨୨–୨୩ ଜଙ୍ଗଲ ଆଇନ ଧାରାରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ବାନାଞ୍ଚଳ ଅଧିକାରିଣୀ ମୀନାକ୍ଷୀ କୂମୁରା ସୂଚନା ଦେଇଛନ୍ତି।
Nalco
Leave A Reply