ବାଲିଗୁଡା:କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ଡ଼ଃ.ଅଚ୍ୟୁତ ସାମନ୍ତ ଙ୍କ କୀମସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି. ଉପାନ୍ତ ଓ ଦୁର୍ଗମ ଅଂଚଳ ରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କନ୍ଧମାଳ ସାଂସଦ ଙ୍କ ଏଭଳି ପଦକ୍ଷେପ ପାଇଁ ଜନସାଧାରଣ କୃତଜ୍ଞତା ଜଣାଇଛନ୍ତି. ବାଲିଗୁଡା ନିର୍ବାଚନ ମଣ୍ଡଳୀର ଉପାନ୍ତ କୋଟଗଡ଼ ବ୍ଲକ ର ଆର୍କିମାହା, ତୁମୁଡିବନ୍ଧ ବ୍ଲକ ର ଲଙ୍କାଗଡ, କ.ନୂଆଗାଁ ବ୍ଲକର ବାଲିଗାଡା,ବାଲିଗୁଡା ବ୍ଲକର କୁଟିକିଆ ଭଳି ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ମାଗଣା ଚିକିତ୍ସା ସହ ଔଷଧ ବଣ୍ଟନ କରାଯାଇଛି l
ହାତ ପାହାନ୍ତାରେ ଏହି ସେବା ପାଇ ଜନସାଧାରଣ ବେଶ ଖୁସି ପ୍ରକଟ କରିବା ସହ ସ୍ୱାସ୍ଥ୍ୟ ସେବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିବା କନ୍ଧମାଳ ସାଂସଦଙ୍କୁ ସମସ୍ତେ ଧନ୍ୟବାଦ ଜ୍ଞାପାନ କରିଛନ୍ତି. ଛୋଟରୁ ବଡ଼ ସମସ୍ତେ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଏହି ଶିବିର ରେ ଯୋଗ ଦେଇ ମାଗଣା ରେ ଚିକିତ୍ସା ସେବା ପାଇବା ସହ ମାଗଣା ଔଷଧ ପାଇଛନ୍ତି