ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ଓ ଗୋଟିଏ ଏନଏସି ର ନୂତନ ଭାବେନିଯୁକ୍ତି ପାଇଥିବା ସଭାପତି ମାନଙ୍କୁ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ସଲୁଗା ପ୍ରଧାନ ଫୁଲ ତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ । ନବ ନିର୍ବାଚିତ ସଭାପତି ରାଇକିଆ ବ୍ଲକ ବିଜୁ ଜନତା ଦଳର ସଭାପତି ରାଜ ମୋହନ ଦିଗଲ , ଟିକାବାଲି ବ୍ଲକ ସଭାପତି ରୋଦନ ମଳିକ, ଘୁ.ଉଦୟଗିରି ବ୍ଲକ ସଭାପତି ଲିଙ୍ଗରାଜ କହଁର , ଦାରିଙ୍ଗବାଡି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ ଓ ଘୁ.ଉଦୟଗିରି ଏନଏସି ସଭାପତି ଗୋପାଳ କୃଷ୍ଣ ମହାପାତ୍ର ଙ୍କୁ ବିଧାୟକ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଥିଲେ। ବିଧାୟକ ସମସ୍ତ ସଭାପତିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଫୁଲତୋଡା ଦେଇ ବ୍ଲକ ଓ ଏନଏସସି ଅଞ୍ଚଳରେ ରାଜ୍ୟ ସରକାରଙ୍କର ଜନ ହିତକର ଯୋଜନାରେ ଜନତାଙ୍କର ବିକାଶରେ ନେତୃତ୍ୱ ନେବାକୁ ବ୍ଲକ ସଭାପତି ମାନଙ୍କୁ ଆହ୍ୱାନ ଦେଇଥିଲେ। ଏଥିରେ ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁ ଙ୍କ ସମେତ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।
Comments are closed.