ନୟାଗଡ଼ ଜିଲ୍ଲାର ଦୁଇ ସାମ୍ବାଦିକଙ୍କ ଉପରେ ଆକ୍ରମଣ କୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ତୀବ୍ର ନିନ୍ଦା
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ନୟାଗଡ ଜିଲ୍ଲାର ଦୁଇ କାର୍ଯ୍ୟରତ ସାମ୍ବାଦିକ ଙ୍କ ଉପରେ ଅବକାରୀ ବିଭାଗର ଏଏସଆଇ ଆକ୍ରମଣ ଘଟଣାକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଶୁକ୍ରବାର ଦିନ ନୟାଗଡ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ସରକାରୀ ମଦ ଦୋକାନ ଚଢାଉ କରି ନକଲି ମଦ ଜବତ କରି ଅବକାରୀ ବିଭାଗ ମୋବାଇଲ କାର୍ଯ୍ୟାଳୟ କୁ ଆଣି ରଖିଥିବା ବେଳେ ଖବର ସଂଗ୍ରହ କରି ବାକୁ ଯାଇ ଜବତ ମଦର ଫୋଟ ଓ ଭିଡ଼ିଓ ଉତ୍ତୋଳନ କରୁଥିବା ବେଳେ ଏସଆଇ ଧନଞ୍ଜୟ ପାତ୍ର ଓ ଜଣେ କନେଷ୍ଟବଳ ସାମ୍ବାଦିକ ମାନଙ୍କୁ ଧକ୍କା ମାରିବା ସହ ଗାଳିଗୁଲଜ କରିଥିଲେ। ଯାହାକୁ ନେଇ ନୟାଗଡ ଥାନାରେ ଏକ ମାମଲା ଦାଏର ହୋଇଥିବା ବେଳେ ଜିଲ୍ଲା ସାମ୍ବାଦିକ ମାନେ ନ୍ୟାୟ ପାଇଁ ରାତି ସାରା ଥାନା ସମ୍ମୁଖରେ ଧାରଣା ରେ ବସିଥିଲେ। ଏହି ଘଟଣା କୁ କନ୍ଧମାଳ ଉତ୍କଳ ସାମ୍ବାଦିକ ସଂଘ ସଭାପତି ସନ୍ତୋଷ କୁମାର ଦାଶ, ସୁବାସ ଚନ୍ଦ୍ର ପ୍ରଧାନ, ଫିଲିମୋହନ ନାୟକ , ସୁବାଷ ଚନ୍ଦ୍ର ମହାରଣା, ସଞ୍ଜୟ କୁମାର ପାଣିଗ୍ରାହୀ, ମନୋରଞ୍ଜନ ରାୟ, ପ୍ରେମଚାନ୍ଦସିଂ, ବସନ୍ତ ବେହେରା,ହିମାଂଶୁ ବେହେରା, ପ୍ରଶାନ୍ତ ବେହେରା, ରମେଶ ପ୍ରଧାନ ପ୍ରମୁଖ,ଦୃଢ଼ ନିନ୍ଦା କରିବା ସହ ଦୋଷୀ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ମଧ୍ୟ ଏହାର ଦୃଢ଼ ପ୍ରତିବାଦ କରିବ ବୋଲି ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି l

Comments are closed.