Odisha news

ନଳକୂପ ଅଚଳ : ଗୋଟିଏ କୂଅ ହିଁ ସାହା ଭରସା : ବ୍ରାହ୍ମଣପାଦ ର ହରିଜନ ସାହିରେ ଜଳକଷ୍ଟ, ପ୍ରଶାସନ ଶୁଣୁନି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାର ସବୁ ଘରକୁ ପାନୀୟ ଜଳ ଯୋଗାଇଦେବା ପାଇଁ ଯୋଜନା କରୁଥିବାବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକ ବ୍ରାହ୍ମଣପାଦର ହରିଜନ ସାହି ବାସିନ୍ଦା ଦୀର୍ଘଦିନ ହେଲା ଜଳଯନ୍ତ୍ରଣା ଭୋଗୁଛନ୍ତି । ହରିଜନ ସାହିରେ ୬୦ ଘର ଥିବାବେଳେ ୧୩୫ ଜଣ ଲୋକ ବସବାସ କରୁଛନ୍ତି। ହେଲେ ସାହିରେ ନଳକୁପ ଅଛି କିନ୍ତୁ ଅଚଳ। କେବଳ କୁଅ ଗୋଟିଏ ଅଛି ତା ଉପରେ ସବୁ ଲୋକ ନିର୍ଭର କରନ୍ତି । ଏହି ସାହି କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇଦେବାକୁ ଲୋକେ ଦାବୀ କରି ଆସୁଥିଲେ ମଧ୍ୟ ଜଳଯୋଗାଣ ବିଭାଗ ଅଧିକାରୀମାନେ ଶୁଣୁ ନ ଥିବା କଥା ହରିଜନ ସାହିର ପବୀତ୍ର ବେହେରା , ସଦାଶିବ ବେହେରା, ମୂଳବେହେରା , ସଜନା ବେହେରା, ସାବିତ୍ରୀ ବେହେରା, ପ୍ରମିଳ।ବେହେରା, ମାଳତି ବେହେରା, ନିଳମଣି କେହେରା, ସନ୍ୟାସୀ ବେହେରା । ଯୋଶବନ୍ତ ବେହେରା, ପ୍ରମୁଖ ଅଭିଯୋଗ କରିଛନ୍ତି ।
ବର୍ଷାଦିନେ ଯେ କୌଣସି ମତେ ଚଳିଯାଉଥିବାବେଳେ ଖରା ୪ ମାସ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ନଦୀ ନାଳ ଉପରେ ନିର୍ଭର କରୁଛନ୍ତି ଲୋକେ। ନିର୍ବାଚନ ଆସିଲେ ନେତାମାନେ ସାହି କୁ ଭୋଟ ମାଗିବା ଲାଗି ଆସନ୍ତି ଆଉ ସେତେବେଳେ ପୁଳାପୁଳା ମିଥ୍ୟା ପ୍ରତିଶୃତି ଦେଉଛନ୍ତି ଭୋଟ ସରିଗଲା ପରେ ଆଉ ଦେଖା ମିଳେନି କାହାର, ବୋଲି ସାହି ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି ।ଏପଟେ ବିଭାଗୀୟ ଅଧିକାରୀ  ମାନେ ମଧ୍ୟ  ଅଧିକ ସଂଖ୍ୟାରେ ନଳକୂପ ଖୋଳୁଛନ୍ତି ନା ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେଉଛନ୍ତି । ଏଭଳି ସ୍ଥିତିରେ ହରିଜନ ସାହି ର ଲୋକେ ପିଇବା ପାଣି ପାଇଁ ଦହଗଞ୍ଜ ହେଉଛନ୍ତି । ଏହି ସାହିକୁ କେବେ ପ୍ରଶାସନ ପିଇବା ପାଣି ଯୋଗାଇଦେବ ତାହା ଦେଖିବାର କଥା । ଏନେଇ ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିବାରୁ ମତାମତ ଦିଆଯାଇପାରିନାହିଁ।

Nalco

Comments are closed.