ବାଲିଗୁଡା, ତା, ୦୨/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ବୁଡାନପିପାଲି ଗ୍ରାମ ଅମିନ ପ୍ରଧାନ ଝିଅ ପୂର୍ଣ୍ଣିମା ପ୍ରଧାନ (୧୭) ଆତ୍ମହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଛି । ଖବର ପାଇ ଥାନା ଅଧୂକାରୀ ସଂଗ୍ରାମ କେଶରୀ ଜେନାଙ୍କ ତତ୍ବାଧାନରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ମୃତ ଶରୀର ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ। ମୃତ୍ୟୁର କରଣ ନେଇ ପରିବାର ପକ୍ଷରୁ ସୂଚନା ଯେ, ମୃତ ପୂର୍ଣ୍ଣିମା ପ୍ରଧାନ +୨ କଳା ଦ୍ବିତୀୟ ବର୍ଷରେ ଅଧ୍ୟୟନ କରିଥାନ୍ତେ । ହେଲେ ପାଠ ପଡ଼ା ବନ୍ଦ କରି ରୋଜଗାର କରିବା ନେଇ ବାହାର ରାଜ୍ୟକୁ ଯିବା ପାଇଁ ଘରେ ବାପା ମା’ ଙ୍କୁ କହିଥିଲା। ଏଥିରେ ଘରଲୋକ ଯିବାକୁ ମନା କରିବାରୁ ସେହି କଥାକୁ ନେଇ ଘରେ ଗାଳିଗୁଲଜ କରିବା ପରେ ସେ ଏହିଭଳି ଆତ୍ମହତ୍ୟା ର ପଦକ୍ଷେପ ନେଇଥିବା ବଡ଼ ଭାଇ ଇଶାକ ପ୍ରଧାନ ଥାନା ରେ ଲିଖୂତ ଅଭିଯୋଗ ଦେଇଥିବା ବିଷୟ ଥାନା ଅଧୂକାରୀ ପ୍ରକାଶ କରିଛନ୍ତି ।
