Odisha news

ସହକାରୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଭିଜିଲାନ୍ସ ହାତରେ ଧରାପଡିବା ଘଟଣା : ଖାଲି ଯନ୍ତ୍ରୀ ନୁହନ୍ତି ପିଏ ଓ କନିଷ୍ଠଯନ୍ତ୍ରୀ ମଧ୍ୟ ଦାୟୀ: କଂଗ୍ରେସ ଜିଲ୍ଲା ସଭାପତି

0
ବାଲିଗୁଡା :  (ସଞ୍ଜୟ କୁମାର ପାଣିଗ୍ରାହୀ)-; ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ବାଲିଗୁଡା ଆଇଟିଡିଏ କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ଚେହେରା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କ ଠାରୁ ୫କୋଠା,୧୪ପୁଟ, ଓ ୩୪୧ ଗ୍ରାମ ସୁନା ସହିତ କୋଟିକୋଟି ଟଙ୍କା ଜବତ ହୋଇଛି । ଏହାକୁ ନେଇ କନ୍ଧମାଳ ଜିଲ୍ଲାକଂଗ୍ରେସ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡା କହିଛନ୍ତି ଯେ, ଆଇଟିଡିଏକୁ କୁଟିଆକନ୍ଧ ଓ ଆଦିବାସୀ ମାନଙ୍କ ଉନ୍ନତି ଓ ସେମାନଙ୍କୁ ଆଗକୁ ନେବା ନିମନ୍ତେ କୋଟିକୋଟି ଟଙ୍କା  ଆଇଟିଡିଏ ସଂସ୍ଥା ଦ୍ଵାରା ସରକାର ଖର୍ଚ୍ଚ କରୁଛନ୍ତି । ସରକାରଙ୍କ ଉନ୍ନତି ମୂଳକ ଯୋଜନା ଦେଖାଇ ଏହି ସଂସ୍ଥାରେ ଚାଲିଛି ପ୍ରବଳ ଲୁଟତରାଜ । କାରଣ ଭିଜିଲାନ୍ସ ହାତରେ ଧରାପଡିଥିବା ସହକାରୀ ନିର୍ବାହୀଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ତାଙ୍କ ପାଖରୁ ବାହାରିଥିବା ଆୟର୍ହିଭୂତ ସମ୍ପତ୍ତି  ସେ ଏହି ଚାକିରି ସମୟରେ ଅର୍ଜନ କରିଛନ୍ତି ଓ ସେ ଅନେକ ଫଲସ ବିଲ କରି ଟଙ୍କା  ଉଠାଇଛନ୍ତି ଓ ଅନେକ କାର୍ଯ୍ୟ  ଠିକାଦାରଙ୍କୁ ସୁହାଇଲା ଭଳି କରିଛନ୍ତି ଯାହାକି ଠିକାଦାରଙ୍କ ଠାରୁ ମୋଟା ଅଙ୍କର ପାଉଣା ପାଉଥିଲେ ଯାହାଫଳରେ ସେ ଏତେ ସମ୍ପତିର ଅଧିକାରୀ ହୋଇପାରିଲେ । ଖାଲି ଯନ୍ତ୍ରୀ ବେହେରା ଜଣେ ସବୁକିଛି କରିନାହାନ୍ତି, ଏ ସମସ୍ତ  କାର୍ଯ୍ୟ ରେ ତାଙ୍କୁ ପିଏ ଓ କନିଷ୍ଠ ଯନ୍ତ୍ରୀ ସହାୟତା କରୁଥିଲେ l  ବିଲ ତିଆରି କରି ଦେବାପରେ ସଂପୃକ୍ତ ବିଭାଗୀୟ ଅଧିକାରୀ ବିଲ ଦସ୍ତଖଦ କଲାପରେ ଠିକାଦାର ବିଲ ପାଏ । ଯାହାକି ଫଲସ ବିଲ ପ୍ରତି କିଭଳି କନିଷ୍ଠ ଯନ୍ତ୍ରୀ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ବା ପିଏ କିଭଳି ଜାଣୁନଥିଲେ,କାରଣ ଗୋଇଟିଏ କି ଦୁଇଟି କାମରେ ଏତେ ସମ୍ପତି ଅର୍ଜନ କରିହେବନାହିଁ, ତେଣୁ ଏହି ଫଲସ  ବିଲ ପ୍ରକ୍ରିୟା ଅନବରତ ଚାଲୁଥିଲା l  ଏଣୁ ଖାଲି ଭିଜିଲାନ୍ସ  ସହକାରୀ ନିର୍ବାହୀଯନ୍ତ୍ରୀ ଙ୍କୁ ଧରି ବାହାଦୁରୀ ମାରିବା  ବଦଳରେ ଏହି ପକ୍ରିୟାରେ ସାମିଲ ଥିବା ସମସ୍ତ ଅଧିକାରୀଙ୍କ ଉପରେ ଚଢାଉ କରିବା କଥା । ଆଦିବାସୀ ମାନଙ୍କ ନିମନ୍ତେ ଆସୁଥିବା ଅର୍ଥକୁ ଶୋଷଣ କରିବାରେ କମିବ ବୋଲି ଶ୍ରୀ ପରିଡା କହିଛନ୍ତି ।
IEC 2 years
Leave A Reply