ବାଲିଗୁଡା, ତା, ୦୫/୦୬: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଧୂକାରୀ ଭାବେ କେଳୁ ଚରଣ ଜେନା ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିବା ସହିତ ଏବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଫୁଲବାଣୀରେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ। ଏଠାରେ ଯୋଗ ଦେବା ପରେ ଅପରାଧୀକ ନିୟନ୍ତ୍ରଣ ଓ ନିଶା ନିବାରଣ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ କହିଥିବା ବେଳେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରକ୍ଷା ଦିଗରେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି। ଏଠାରେ ଥିବା ଥାନା ଅଧୂକାରୀ ଆଶୁତୋଷ ଜେନା ପୁନର୍ବାର ତୁମୁଡିବନ୍ଧ ଥାନାକୁ ବଦଳି ହୋଇ ଥୂବା ଜଣାପଡିଛି। ତେବେ ନୂତନ ଥାନା ଅଧୂକାରୀ ଏଠାରେ ଯୋଗ ଦେବା ପରେ ଥାନାର ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ,ଏଏସଆଇ ସୁରେନ୍ଦ୍ର ରାଜହଂସ ଓ ବାସୁଦେବ ପଣ୍ଡାଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ମାନେ ସ୍ବାଗତ ଜଣାଇ ଥିଲା ବେଳେ ପୂର୍ବତନ ଥାନା ଅଧୂକାରୀ ଆଶୁତୋଷ ଜେନାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।
