Odisha news

ବାରମ୍ବାର ବିଦୁ୍ୟତ କାଟକୁ ନେଇ ଜନ ପ୍ରତିନିଧିଙ୍କ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

0

ବାଲିଗୁଡା ;ବାଲିଗୁଡାରେ ବାରମ୍ବାର ବିଦୁ୍ୟତ କାଟ ହେଉଛି ଏହାକୁ ନେଇ ବାଲିଗୁଡା ବ୍ଲକ ସ୍ତରୀୟ ଜନପ୍ରତିନିଧି ପରିଷଦ ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ ଦୀର୍ଘ ଦିନ ହେବ ବାଲିଗୁଡା ବିଦୁ୍ୟତ ବିଭାଗ ଦ୍ୱାରା ଅନିମିୟତିତ ଅଘୋଷତ ବାରମ୍ବାର ବିଦୁ୍ୟତ କାଟ କରୁଛନ୍ତି । ବର୍ତମାନ ଅସହ୍ୟ ଖରା ହେବା ସହ ଗରମ ହେଉଛି , ଘରୁ ପଦାକୁ ବାହାରିବା କଷ୍ଟକର ହେଉଛି ଏହି ସମୟରେ ବିଦୁ୍ୟତ କାଟ ହେବା ଦ୍ୱାରା ଛୋଟବଡ ସମସ୍ତେ ଘରେ ଶାନ୍ତିରେ ରହିପାରୁନାହାନ୍ତିି । ବିଜୁଳି କାଟ ଦ୍ୱାରା ଠିକ ଭାବରେ ବସୁଧା ପାନୀୟ ଜଳ ମିଳିପାରୁନାହିଁ । ଏଣୁ ବିଜୁଳି କାଟ ଦ୍ୱାରା ସବୁ ସ୍ତରର ଜନସାଧାରଣ ପ୍ରଭାବିତ ହେଉଛନ୍ତି । ଏଣୁ ଆପଣ ନିକଟରେ ଗୁହାରି କରୁଛୁକି ଉକ୍ତ ବିଷୟରେ ହସ୍ତେକ୍ଷପ କରି ଉକ୍ତ ସମସ୍ୟାର ସମାଧାନ ବୂବସ୍ଥା କଲେ ଆମ୍ଭ ଆପଣଙ୍କ ପାକରେ ଚିରଉକୃତ ହେବୁ ବୋଲି ଦାବୀ ପତ୍ରରେ ଉଲ୍ଲେଖ ରହିଛି । ଦାବୀ ପତ୍ର ଦେବା ସମୟରେ ପରିଷଦର ସଭାପତି ,ସମ୍ପାଦକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Nalco
Leave A Reply