Odisha news

ନବ ନିଯୁକ୍ତି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କୁ ବିଲିବାରସ ଚର୍ଚ୍ଚ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା 

0
ବାଲିଗୁଡା, ତା, ୧୨/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବ ନିଯୁକ୍ତ ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନଙ୍କୁ ବିଲିବାରସ ଚର୍ଚ୍ଚ ତେଙ୍ଗେଡ଼ାପଥର ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଅଛି I ଏହି ଅବସରରେ ଚର୍ଚ୍ଚ ପରିସରରେ ମଣ୍ଡଳୀ ବିଶ୍ୱାସୀ ଏବଂ କର୍ମକର୍ତ୍ତାଙ୍କ ଉପସ୍ଥିତରେ ଏକ ସାଧାରଣ ସଭା ଫାଦର ଲେବିୟ ରାଇତଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଅଧ୍ୟକ୍ଷ ଶ୍ରୀପ୍ରଧାନ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ କି, ଚର୍ଚ୍ଚର ଉନ୍ନୟନ ମୂଳକ କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବି ବୋଲି କହିଥିଲେ I ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ବ୍ଲକ ଅଧ୍ୟକ୍ଷ  ଦିଲୀପ କହଁର. ବିଜେପି ମଣ୍ଡଳ ସଭାପତି କପିଳାସ ପ୍ରଧାନ, ସୁମନ୍ତ ନାୟକ, ଲିଙ୍ଗରାଜ ନାୟକ, ସାଇରମ ବେହେରା ଏବଂ ବିଜେପିର ଅନ୍ୟାନ୍ୟ କର୍ମି I ଏହି କାର୍ଯ୍ୟକ୍ରମ ଚର୍ଚ୍ଚ ସମ୍ପାଦକ ପ୍ରଦୀପ କୁମାର ଡିଗାଲ ପରିଚାଳନା କରିଥିବା ବେଳେ  ଚକ୍ରଧର ଦିଗଲ, ଫିଲିପି ନାୟକ, କିଷାନ ଦିଗଲ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l
Govt
Leave A Reply