Odisha news

ଲଗାଣ ବର୍ଷାରେ ଘାଟିରେ ଖସିଲା ଅତଡ଼ା, ରାସ୍ତା ଅବରୋଧ

0
ବାଲିଗୁଡା, ତା, ୧୯/୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲ୍ଲା ରେ ଗତ କିଛି ଦିନ ହେଲା ତୁହାକୁ ତୁହା ବର୍ଷା ଲାଗିରହୁଛି ଫଳରେ ଅଞ୍ଚଳ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ମଙ୍ଗଳବାର ଦାରିଙ୍ଗବାଡି ଅଞ୍ଚଳର ପାଙ୍ଗାଲି ଘାଟିରେ ମାଟି ଅତଡ଼ା ସହ ଗଛ ଗୁଡିକ ଖସି ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀଗାଁ, ମୋହନା, ବ୍ରହ୍ମପୁରକୁ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା। ଖବର ପାଇ ଦାରିଙ୍ଗବାଡିର ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ବିଭାଗର କର୍ମଚାରୀ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାରୁ ବିରାଟକାୟ ଗଛ ଗୁଡିକୁ କାଟି ସଫା କରିଥିଲେ। ରାସ୍ତା କଡ଼ରେ ମାଟି ଓ ପଥର ମଧ୍ୟ ଖସିଥିବାରୁ ସେହି ରାସ୍ତାରେ ଯାତାୟାତ ପାଇଁ ଲୋକଙ୍କ ମଧ୍ୟରେ ଭୟ ଦେଖାଯାଇଛି। ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଅକ୍ଲାନ୍ତ ପରିଶ୍ରମ କରି ରାସ୍ତାରୁ ଗଛ ହଟାଇବା ଗାଡିମୋଟର ଯାତାୟାତର ସୁବିଧା କରିଛନ୍ତି।
Nalco
Leave A Reply