Odisha news

ଟିକାବାଲିରେ ନୂତନ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

0
ବାଲିଗୁଡା, ତା, ୦୪/୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପଞ୍ଚାୟତ ସମତି ସଭାଗୃହ ଠାରେ ସୋମବାର କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ବେଦ ଭୂଷଣଙ୍କ ଅଧ୍ୟକ୍ଷତାରେ ପ୍ରଥମ ଯୁଗ୍ମ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଜନ ଶୁଣାଣି ରେ ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦି , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହରିସ୍ ବିଶି , ବାଲିଗୁଡାର ନୂତନ ଉପ ଜିଲ୍ଲାପାଳ ପ୍ରଣୀତା ଦାସ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା , ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଅଧିକାରୀ  ଅକ୍ଷୟ କୁମାର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ  ନାରାୟଣ ଦିକ୍ଷୀତ, ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣି ନାୟକ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ନମିତା କହଁର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସ୍ଥାନୀୟ ସମସ୍ୟା ର ସମାଧାନ ପାଇଁ ଜନସାଧାରଣ ଙ୍କ ସାମୁହିକ ଓ ବ୍ୟକ୍ତି ଗତ ସମସ୍ୟା ଉପରେ ଏକ ସାର୍ବଜନୀନ ଅଭିଯୋଗ ଶୁଣାଣୀ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସମେତ ଟିକାବାଲି ବ୍ଲକର ୧୧ ଗୋଟି ପଞ୍ଚାୟତର କର୍ମଚାରୀ, ପୁରୁଷ ମହିଳା, ବୃଦ୍ଧ ବୃଦ୍ଧା ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଏହି ଜନଶୁଣାଣୀରେ ରାସନ କାର୍ଡ, ପିଇବା ପାଣି , ଭତ୍ତା, ରାସ୍ତା, ଆବାସ ଗୃହ ଭଳି ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ ଶୁଣିବା ସହିତ ସମସ୍ୟା ର ସମାଧାନ ପାଇଁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣୀରେ ସର୍ବମୋଟ ୪୭ ଗୋଟି ଅଭିଯୋଗ ଆସିଥିବା ବେଳେ ସାମୁହିକ ସମସ୍ୟା ୧୨ ଗୋଟି ବ୍ୟକ୍ତିଗତ ସମସ୍ୟା ୩୫ ଗୋଟି ରେଜିଷ୍ଟର ହୋଇଥିଲା ।
IEC 2 years
Leave A Reply