Odisha news

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

0

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ଥାନାର  ମାଲିକାପତି ଗ୍ରାମ ପଞ୍ଚାୟତର ଦିନେଶ ନାୟକ(୫୫) ଆଡ଼ାସିକୁମ୍ପା ଗ୍ରାମର ଜଣେ ବିବାହିତ ମହିଳା(୪୫)ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଶନିବାର  ପୀଡ଼ିତା ଘୁ.ଉଦୟଗିରି ଥାନାରେ ତାଙ୍କୁ ଦିନେଶ ଦୁଷ୍କର୍ମ ଅଭିଯୋଗ କରିଥିଲେ ଏବଂ ଏ ସଂକ୍ରାନ୍ତରେ ଥାନାରେ ଏକ ଏତଲା ଦାୟର କରିଥିଲା। ପୀଡ଼ିତାଙ୍କ ଏତଲାକୁ ଆଧାର କରି ଘୁ.ଉଦୟଗିରି ଥାନାରେ କେସ୍‍ ନଂ ୯୦/୩୦ ଦଫା  ୩୭୬,୨(୩), ୫୦୬ରେ ଏକ  ମାମଲା ରୁଜୁ କରିଥିଲେ।

ଏହି ମାମଲାରେ ଦିନେଶ ନାୟକଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।

IEC 2 years
Leave A Reply