Odisha news

କୁଟିକିଆ ପଞ୍ଚାୟତ ରୁ ସରୁକୋଇ ଗାଁ କୁ ରାସ୍ତା ନାହିଁ : ସମସ୍ତ ସୁବିଧା ସୁଯୋରୁ ବଞ୍ଚିତ

0
ବାଲିଗୁଡା ,ତା, ୧୧/୦୫ (ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ର ବିଭିନ୍ନ ଅଞ୍ଚଳ କୁ ଯାତାୟତ ପାଇଁ ରାସ୍ତା ଟିଏ ନାହିଁ, ସେଥି ମଧ୍ୟରୁ କୁଟିକିଆ ପଞ୍ଚାୟତରୁ ସରୁକୋଇ ଗାଁ କୁ ରାସ୍ତା ନାହିଁ । ବାବୁ ଗାଁ କୁ ଭଲ ରାସ୍ତା ଟିଏ କରିଦିଅ ବୋଲି ଅଞ୍ଚଳର ଶତାଧିକ ଲୋକ ଆଜି ଆସି ବାଲିଗୁଡା ବିଡ଼ିଓ ଙ୍କୁ ଗୁହାରୀ କରିଛନ୍ତି । ଗାଁ ରେ ବିଦ୍ୟାଳୟ ଓ ଅଙ୍ଗନୱାଡି ରହିଛି,  କିନ୍ତୁ ଭାଙ୍ଗି ରୁଜି ଗଲାଣି । ଲୋକଙ୍କୁ ଆବାସ ଯୋଜନାରେ ରେ ଘର ମିଳୁଛି କିନ୍ତୁ ଲୋକେ କରି ପାରୁ ନାହାନ୍ତି । ସବୁ ର ମୁଖ୍ୟ କାରଣ ହେଉଛି ରାସ୍ତା । ରାସ୍ତା ନଥିବାରୁ ବାଲି ,ପଥର ଓ ସିମେଣ୍ଟ ଆଣିବା କଷ୍ଟ କର ହୋଇ ପଡୁଛି । ରୋଗୀ ମେଡିକାଲକୁ ଆସି ପାରୁନାହାନ୍ତି ବୋଲି କୁଟିକିଆ ପଞ୍ଚାୟତର ସରୁକୋଇ ଗ୍ରାମର ୱାର୍ଡ଼ ମେମ୍ବର ସାଉଟି ମଲ୍ଲିକଙ୍କ ସମେତ ଡିଆରାମ ମଲ୍ଲିକ ,ରବିଚନ୍ଦ୍ର ମଲ୍ଲିକ ,ଆନେଶ୍ବର ମଲ୍ଲିକ ବାକେଡା ମଲ୍ଲିକ ,ତାନି ମଲ୍ଲିକ ପ୍ରମୁଖ ବାସିନ୍ଦା ପ୍ରକାଶ କରିଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ କୁଟିକିଆ ପଞ୍ଚାୟତ ଅନ୍ତର୍ଗତ ସରୁକୋଇ ବାସିନ୍ଦାଙ୍କ ପାଇଁ ଆଜିବି ଅପହଞ୍ଚ ମୌଳିକ ସୁବିଧା । ଗାଁରେ ରହନ୍ତି ୧୦୦ ଟି ଆଦିବାସୀ ପରିବାର, ଯାତାୟାତ ପାଇଁ ରାସ୍ତା ଟିଏ ନାହିଁ। ପଞ୍ଚାୟତ ସଦର ମହକୁମାରୁ ମାତ୍ର ୫ କିଲୋମିଟର ରାସ୍ତା ଗଲେ ପଡେ ସରୁକୋଇ । ଗାଁ ରେ ହଜାର ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । କିନ୍ତୁ ଦୀପ ତଳ ଅନ୍ଧାର ପରି ରହିଛି ଗାଁ । କୁଟିକିଆ ପଞ୍ଚାୟତ ରେ ଠିକାଦାର ଓ ଅଫିସର ଙ୍କୁ ସୁହାଇଲା ପରି ଅର୍ଥ ବିନିଯୋଗ ହେଉଛି, ଯାହା ଫଳରେ ସାଧାରଣ ଲୋକ ବଳୀ ପଡ଼ୁଛନ୍ତି । କନ୍ଧମାଳ-ଗଜପତି ବିକାଶ ଯୋଜନାରେ ୮ ଲକ୍ଷ ଟଙ୍କା ଆସିଛି, କିନ୍ତୁ ଯେଉଁ କାମ କୁ ଦରକାର ସେହି ରାସ୍ତାରେ ନ ଆସି ମାଜାବାଲି ରୁ ସରୁକୋଇ କୁ ୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ଯାହାକୁ ନେଇ ସରୁକୋଇ ଗାଁ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଗୋଟିଏ ପଟେ ରାଜ୍ୟରେ ସରକାର ବଦଳିଛି ସାଧାରଣ ଲୋକଙ୍କ ଡବଲ ଇଞ୍ଜିନ ର ସରକାର ଆସିଛି ବୋଲି ଡିଣ୍ଡିମ ପିଟାଯାଉଛି । ଭୁବନେଶ୍ବର ରୁ ଅଧିକାରୀ ମାନେ ଜିଲ୍ଲାକୁ ଆସୁଛନ୍ତି ଗ୍ରାଉଣ୍ଡ ଜିରୋ କୁ ଯାଇ ଲୋକଙ୍କ କାମ କରିବା ପାଇଁ ଅଫିସରଙ୍କୁ ସରକାର କହୁଛନ୍ତି କିନ୍ତୁ ବାସ୍ତବରେ ଶୀତତାପ ନିୟନ୍ତ୍ରିତ କୋଠୋରୀ ଛାଡିବାକୁ ଅଫିସର ନାରାଜ କାଗଜ ପତ୍ର ରେ ବିକାଶ ଗାଁ କୁ ରାସ୍ତା ,ପାନୀୟ ଜଳ ,ଶିକ୍ଷା ସ୍ୱାସ୍ଥ୍ୟ ସବୁ ପହଞ୍ଚି ଯାଇଛି, କିନ୍ତୁ ଏବେବି ପଞ୍ଚାୟତ ସଦର ମହକୁମା ନିକଟ ଗାଁ କୁ ରାସ୍ତା ନାହିଁ । ଶୁଣିବାକୁ ଯେତିକି କଷ୍ଟ ଲାଗୁଛି, ମନରେ ସେତିକି ବିଡମ୍ବନା ସୃଷ୍ଟି କରୁଛି ସେଠାକାର ଲୋକଙ୍କ କଷ୍ଟ କର କଥା ଶୁଣିଲେ ସରକାରଙ୍କ ସବୁ ଯୋଜନା ଉପହାସ ପରି ଲାଗୁଛି । ସରକାର ବିକାଶ ହୋଇଛି ବିକାଶ ହୋଇଛି ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଗ୍ରାଉଣ୍ଡ୍ ଜିରୋ ରିପୋର୍ଟରେ ଭିନ୍ନ ତଥ୍ୟ ଦେଖିବାକୁ ମିଳୁଛି । ରାସ୍ତା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଅନୁଦାନ ତ ଆସୁଛି; କିନ୍ତୁ ଏହି ଅପହଞ୍ଚ ଗାଁମାନଙ୍କୁ ରାସ୍ତାଟିଏ ହେବା ମରୀଚିକା ପାଲଟିଛି। ରାସ୍ତା ପାଇଁ ଜିଲ୍ଲାର ଅନେକ ଗାଁର ଲୋକମାନେ ନେହୁରା ହେବାସତ୍ତ୍ବେ ସ୍ଥାନୀୟ ବିଡିଓ କିମ୍ବା ଆଦିବାସୀ ଙ୍କ ପାଇଁ କାମ କରୁଥିବା ଆଦିବାସୀ ଉନ୍ନୟନ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିନାହିଁ। ଏପରି ସ୍ଥଳେ ବିଭାଗୀୟ ଉଚ୍ଚ କର୍ତ୍ତୃ ପକ୍ଷ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ମରାମତି କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି l
Leave A Reply