ବାଲିଗୁଡା ; ବାଲିଗୁଡା ଉପଖଣ୍ଡ ଆରକ୍ଷି ଅଧିକାରୀ ରାମେନ୍ଦ୍ର ପ୍ରସାଦଙ୍କ ନିଦେ୍ର୍ଦଶ ପ୍ରକାରେ ଆଜି ବାଲିଗୁଡା ସହରରେ ମୋଟସାଇକେଲ ଚାଳକଙ୍କ ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ସହ ଛାତ୍ରଛାତ୍ରୀ ମାନେ ଏକ ପଥପ୍ରାନ୍ତ ନାଟକ କରି ସଚେତନତା କରାଇଛନ୍ତିା । ମା ପାଟଖଣ୍ଡା ମନ୍ଦିର ସମ୍ମୁଖରୁ ଛାତ୍ରଚାତ୍ରିଙ୍କୁ ନେଇ ସଚେତନତା ଶୋଭାଯାତ୍ରା ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି କରା୍ୟାଥିିଲା । ତ୍ରିବେଦୀ ପାର୍କ ସମ୍ମୁଖରେ ଛାତ୍ରଛାତ୍ରି ମାନେ ଏକ ପଥପ୍ରାନ୍ତ ନାଟକ କରିଥିଲେ କିଭଳି ଗାଡି ଚଲାଇବେଳେ ଟ୍ରାଫିକ ନିୟମ ମାନିଚଲାଇବା,ଗାଡି ଚଲାଇବା ବେଳେ ମୋବାଇଲେ କଥା ହୋଇ କିଭଳି ଦୁର୍ଘଟଣାର ସିକାର ହୋଇ ନିରିହ ମୁଲ୍ୟବାନ ଜୀବନ ଚାଲିଯାଉଛି ଆଦି ଅନେକ ଏହି ପଥପ୍ରାନ୍ତ ନାଟକରେ ସଚେତନତା କରା୍ୟାଇଛି । ଉପଖଣ୍ଡ ।ାରକ୍ଷି ଅଧିକାରୀ କହିଛନ୍ତି ଯେ ବାଲିଗୁଡା ଅଂଚଳରେ ଅଧିକାଂଶ ଲୋକଙ୍କ ହେଲମେଟ ଓ ସିଟବେଲ୍ଟ ପିନ୍ଧିବାର ଅଭୟାସ ନାହିଁ ଯାହାକି ବଡବଡ ସହର ମାନଙ୍କରେ ଲୋକେ ହେଲମେଟ ବ୍ୟବହାର କରୁଛନ୍ତି,ଲୋକ କିଭଳି ଏହାକୁ ବ୍ୟବହାର କରିବେ ଏହାକୁ ନେଇ ଏକ ଜନଆନେ୍ଦାଳନ ଛାତ୍ରଛାତ୍ରିଙ୍କୁ ନେଇ ଶୋଭାଯାତ୍ରା ସହ ସଚେତନତା ପଥପ୍ରାନ୍ତ ନାଟକ କରିଛୁ ଟ୍ରାଫିକ ନିୟମ ମାନି ଚଳନ୍ତୁ ଓ ଦୁର୍ଘଟଣାରୁ ବଂଚନ୍ତୁ ବୋଲି କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଥାନା ନିରିକ୍ଷକ ସମ୍ବିତ କୁମାର ସ୍ୱାଇଁ ସମେତ ଶିକ୍ଷକଶିକ୍ଷୟତ୍ରୀ ମାନେ ସାମିଲ ଥିଲେ ।