Odisha news

ଜନଜାତି ସୁରକ୍ଷା ମଞ୍ଚର ବିକ୍ଷୋଭ ପ୍ରଦର୍ଶନ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ

0

କନ୍ଧମାଳ :ଓଡ଼ିଶା ଜନଜାତି ସୁରକ୍ଷା ମଞ୍ଚର କନ୍ଧମାଳ ଜିଲା ଶାଖା ପକ୍ଷରୁ ବିିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କୁ ପ୍ରଦାନ କରାଯାଇଛି।ସ୍ଥାନୀୟ ମାଦିକୁନ୍ଦା ଛକ ଠାରୁ ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବି ପତ୍ର ପ୍ରଦାନ କରିଥିଲେ।

ଜନଜାତି ସୁରକ୍ଷା ମଞ୍ଚ ଓଡ଼ିଶା କନ୍ଧମାଳ ଜିଲା ଶାଖାର ଜିଲା ସଂଯୋଜକ ଦୀଲିପ କୁମାର କହଁରଙ୍କ ନେତୃତ୍ୟରେ ଉମେଶ ପ୍ରଧାନ, ଲଚ୍ଛମନ ପ୍ରଧାନ, ସୁରେସନ କହଁର, ମନୁଆ କହଁର, ପୂର୍ଣ୍ଣ ଚନ୍ଦ୍ର କହଁର, ଜିତେନ୍ଦ୍ର ପ୍ରଧାନ, ପବିତ୍ର କୁମାର କହଁର,ବାଞ୍ଛାନିଧି ମଳିକ, ବୃନ୍ଦବନ ପ୍ରଧାନ, ଅଭିଶେକ ପ୍ରଧାନ ସମେତ ବହୁ ସଭ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଦାବି ପତ୍ର ପ୍ରଦାନ କରିଥିଲେ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Nalco
Leave A Reply