ବାଲିଗୁଡା, ତା, ୨୦/୦୩ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ରେ ଜାତୀୟ କଂଗ୍ରେସ କମିଟିର ସମ୍ପାଦିକା ରୋଜଲିନା ତିର୍କୀ ପହଞ୍ଚିଛନ୍ତି। ତାଙ୍କୁ ଜିଲା କଂଗ୍ରେସ ଓ ବ୍ଲକ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଜିଲା ସଭାପତି ଚନ୍ଦ୍ରଶେଖର ପରିଡ଼ା, ଜି. ଉଦୟଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଯାକବ, ଫୁଲବାଣୀର ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଯୁବନେତା ଏନ୍ସ ପ୍ରଧାନ ପ୍ରମୁଖ ତାଙ୍କୁ ସ୍ବାଗତ ଜଣାଇଥିଲେ। ପରେ ସେ ଓଡ଼ିଶାର ବହୁଚର୍ଚ୍ଚିତ ମାଣ୍ଡିପଙ୍କା ଗାଁ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ସେ ନଭେମ୍ବରରେ ଘଟିଥିବା ଆମ୍ବ ଟାକୁଆ ଖାଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଗୁରୁତର ହୋଇଥିଲେ। ସେହି ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟି ସେଠାକାର ପରିସ୍ଥିତି ପରଖି ପ୍ରତ୍ୟାବର୍ତ୍ତନ କରିଛନ୍ତି ।
