ବାଲିଗୁଡା,୯/୨(ନିପ୍)-; ବାଲିଗୁଡାମା ଦକ୍ଷୋଣ କାଳୀ ଅଟୋ ମହାସଂଘର କଟପୋଡି ପଡିଆଠାରେ ବନ୍ଧୁମିଳନ ସହ ନୁତନ କର୍ମକ୍ରତା ଚୟନ ହୋଇଯାଇଛି । ବାଲିଗୁଡା ବ୍ଲକର ପ୍ରତ୍ୟେକ ପଂଚାୟତ ସଂଘକୁ ନେଇ ମହାସଂଘ ଗଠିତ ହୋଇଛି । ଏହି ବୈଠକରେ ମୁଖ୍ୟ ଅତିଥୀ ଭାବେ ପୋଲିସ ଇନିସପେକ୍ଟରଜୁ ଗୋଳ କିଶୋର ନାୟକ ଯୋଗଦେଇ ନିଜ ନିଜ ଗାଡିକୁ ଜାଗ୍ରତରେ ଚଲାଇ ପରିବାର ପ୍ରତିପୋଷଣ କରନ୍ତୁ, ବୋଲି କହିଛନ୍ତି ବୈଠକକୁ ପରିଚାଳନା କରିଥିଲେ ତାପସ କୁମାର ନାୟକ । ନୁତନ କର୍ମକ୍ରତା ଭାବେ ମହାସଂଘର ସଭାପତି ଦିବାକର ମହାପାତ୍ର ହୋଇଥିବା ବେଳେ ସମ୍ପାଦକ ତାପସ କୁମାର ନାୟକ କୋଷାଦକ୍ଷ କୈଳାଶ ଆରୁଖ ଚୟନ ହୋଇଥିବାବେଳେ ବାଲିଗୁଡା ବସଷ୍ଟାଣ୍ଡ ଅତୋସଂଘର ସଭାପତି ପିଣ୍ଟୁ ନାୟକ,ଉପ ସଭାପତି କୃର୍ଷ୍ଣ ଜେନା ,କାର୍ଯ୍ୟକାରୀ ସମ୍ପାଦକ ମିଶ୍ର ଦିଗାଳ ପ୍ରମୁଖଚୟନ ହୋଇଛନ୍ତି । ବାଲିଗୁଡା ବ୍ଲକର ସମସ୍ତ ପଂଚାୟତ ଅଟୋ ସଂଘମାନେ ଏଥିରେ ଉପସ୍ଥିତ ଥିଲେ ।