Odisha news

ବାଲିଗୁଡାରେ ଜିଲ୍ଲାସ୍ତରୀୟ ଘରୋଇ ବସ ମାଲିକ ସଂଘ ବୈଠକ

0

ବାଲିଗୁଡା,୧୨/୧-;କନ୍ଧମାଳ ଓ ମୁନିଗୁଡା ଘରୋଇ ବସ ଚଳାଚଳକୁ ନେଇ ବିବାଦ କୁ ନେଇ ବାଲିଗୁଡା ମା ପାଟଖଣ୍ଡା ମନ୍ଦିର ପରିସରରେ କନ୍ଧମାଳ ଜିଲ୍ଲାବସମାଲିକ ସଂଘ ବୈଠକ ବାଲିଗୁଡା ବସ ଘରୋଇ ବସମାଲିକ ସଂଘର ସଭାପତି ଲୋକନାଥ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗତ ପନ୍ଦର ଦିନରୁ ଉର୍ଦ୍ଦ ହେବ କନ୍ଧମାଳ ଜିଲ୍ଲାରୁ ମୁନିଗୁଡା ବସ ଚଳାଚଳା ବନ୍ଦ ହୋଇରହିଛି ଯାହାଫଳରେ ଜିଲ୍ଲାର ଅଧିକାଂଶ ଲୋକେ ବାହାର ରାଜ୍ୟ ଯିବାକୁ ହେଲେ ମୁନିଗୁଡାରୁ ଟ୍ରେନରେ ଯାତାୟତ କରୁଛନ୍ତି ଓ ବିଷମକଟକକୁ ମଧ୍ୟ ଚିକିସôା ନିମନ୍ତେ ଯାଇଥାନ୍ତି । କିନ୍ତୁ ବସ ଚଳାଚଳ ବନ୍ଦ ହେବା ଯୋଗୁଁ ଲୋକେ ମୁନିଗୁଡାରୁ ଅଟୋ ଏବଂ ଅନ୍ୟ ଛୋଟଗାଡିରେ ଉଚ୍ଚ ଭଡାଦେବା ସହ ଗାଡି ମାନଙ୍କରେ ଓହଳିକି ବିପଦପୁର୍ଣ୍ଣ ଭାବରେ ଯାତାୟତ କରୁଛନ୍ତି । ସୁଚନା ଯୋଗ୍ୟ ଯେ ମୁନିଗୁଡା ଓ ବିଷମକଟକର ଦୁଇଟି ଗାଡି ମାଲିକ ଫୁଲବାଣି ଠୁ ରାୟଗଡା ଜିଲ୍ଲାକୁ ଗାଡି ପକାଇଥିଲେ ଯାହାକି ଏହି ଦୁଇଟି ଗାଡିର ସମୟ ବା ପରମିଟ କନ୍ଧମାଳ ଜିଲ୍ଲାର ୧୫ରରୁୟ ଉର୍ଦ୍ଦ ଗାଡି ସମୟ ସହ ସମାନରହିଛି ଯାହାଫଳରେ ଏହି ଗାଡି ମାଲିକଙ୍କୁ ପରମିଟ ବଦଳାଇବା ସମୟ ବଦଳାଇ ଆସିବାକୁ କହିଥିଲେ କିନ୍ତୁ ମୁନିଗୁଡା ବିଷମକଟକର ଦୁଇ ମାଲିକ ଏହାକୁ ନଶୁଣି କନ୍ଧମାଳ ଜିଲ୍ଲାରୁ ମୁନିଗୁଡା ଓ ରାୟଗଡାକୁ ଯାଉଥିବା ଗାଡିକୁ ସେଠାକାର ହକର ମାନଙ୍କ ଦ୍ୱାରା ଅଟକାଇ ଗାଡିଗୁଡାକୁ ଛାଡିଲେ ନାହିଁ ଯାହାକି ଆଜକୁ ପ୍ରାୟ ୧୫ଦିନରୁ ଉର୍ଦ୍ଦ ଦିନ ହେବ ଏହି ରାସ୍ତାରେ ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିଛି । କିନ୍ତୁ ଆଜକୁ ପ୍ରାୟ ୧୫ରୁ ୨୦ ବର୍ଷ ଧରି କନ୍ଧମାଳ ଜିଲ୍ଲାରୁ ରାୟଗଡା ଜିଲ୍ଲାଦେଇ ।ନେକ ଘରୋଇ ବସ ଯାତାୟତ ହେଇଆସୁଛି କିନ୍ତୁ ଏହି ଦୁଇଟି ଗାଡି ଗତ କିଛିମାସ ହେବ ଚଳାଚଳ କରିବାରୁ ଏହି ସବୁଅସୁବିଦା ଉପୁଜୁଛି ,ଏହାକୁ ନେଇ ଆଜିର ବୈଠକରେ ରାୟଗଡା ଜିଲ୍ଲା ଘରୋଇ ବସ ମାଲିକ ସଂଘକୁ ଫୋନ ୍ୋଗେ କଥା କରାଇ ଏହି ।ସୁବିଦା ଉପରେ କହିଥିଲେ କିନ୍ତୁ ରାୟଗଡା ବସମାଲିକ ସଂଘ କଥା ହେଇଥିଲେ ଓ ଯେଉଁ ଦୁଇଟି ବସ ପାଇଁ ଏହି ଅସୁବିଧା ହେଉଛି ସେହି ମାଲିକ ମାନଙ୍କ ସହ ମଧ୍ୟ କଥା ହୋଇ କହିଥିଲେ ଯେ ବସଚଳାଚଳର ସମୟ ପରମିଟ ବଦଳାଇ ଗାଡି ଚଳାଚଳ କରିବାକୁ ଅନୁରୋଧ କରାଗଲା ,ଯଦୀ ଆଗାମି ଦିନରେ ଆମ ଜିଲ୍ଲା ସଂଘର ସଭ୍ୟ ମାନଙ୍କ ବ୍ୟବସାୟ ଉପରେ ଯେ କୌଣସି ସମସ୍ୟା ଆସିଲେ ସମସ୍ତେ ଏକ ସ୍ୱରରେ ତାର ପ୍ରତିବାଦ କରିବା ସହ ମିଳିତ ଭାେ କାର୍ଯ୍ୟ କରିବାକୁ ସ୍ଥିର କରାଗଲା । ଉକ୍ତ ବୈଠକରେ ଫୁଲବାଣି ଘରୋଇ ବସ ମାଲିକ ସଂଘର ସଭାପତି ପ୍ରଶାନ୍ତ ପାତ୍ର,ସମ୍ପାଦକଅକ୍ଷୟ ପଟ୍ଟନାୟ,ବାଲିଗୁଡା ସମ୍ପାଦକ ରବିଚନ୍ଦ୍ର ପାତ୍ର,ଟିକାବାଲି ସଂଘର ସଭାପତି ଅକ୍ଷୟ ପ୍ରଧାନ,ସମ୍ପାଦକଭାବଗ୍ରାହୀ ପ୍ରଧାନଙ୍କ ସମେତ ଜିଲ୍ଲା ସମସ୍ତ ଘରୋଇ ବସ ମାଲିକ ମାନେ ଉପସ୍ଥିତ ଥିଲେ । ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଗାଡି ଚଲାଚଳ କରିବାକୁ ସାଧାରଣରେ ଦାବୀ ହେଉଛି

Leave A Reply