Odisha news

ସଡକ ଦୁର୍ଘଟଣା : ଜଣେ ମୃତ , ତିନି ଗୁରୁତର

0

ବାଲିଗୁଡା,୧୭/୧୧(-ସଡକ ଦୁର୍ଘଟଣାରରେ ଜଣେ ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ବାଲିଗୁଡା ଥାନା ଅନ୍ତର୍ଗତ ୫୯ଜାତିୟ ରାଜପଥର ପରମ ପାଙ୍ଗା ନିକଟ ଇର୍ପିଗୁଡା ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା, ଗୋଟିଏ ବାଇକର ଦୁଇ ଜଣ ବସିଥିଲେ ଏଥି ମଧ୍ୟରୁ ଜଣେ ଗାଡିରୁ ଖସି ଘାଟି ଉଠୁଥିବା ଗୋଟିଏ ମାଲବାହୀ ଟ୍ରକ ଚକା ତଳେ ପଡି ଯିବାରୁ ଘଟଣା ସ୍ଥଳରେ ଜଣେ ମୃତ୍ୟୁ ହୋଇଛି ଆଉ ତିନି ଜଣ ଗୁରୁତର ଆହାତ ହୋଇଛନ୍ତି ।ମୃତ ବ୍ୟକ୍ତି ବିଷ୍ନୁ ଚରଣ ପ୍ରଧାନ ଘର ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସାମନ ବାଡି ଗ୍ରାମରା ଆଉ ତିନି ଗୁରୁତର ଗୋପାଳ ପ୍ରଧାନ,ଦିସନ ଦିଗାଳ ଓ ରଜନ୍ତ ଦିଗାଳଙ୍କୁ ଉପଖଣ୍ଡ ଚିକିତ୍ସ୍ୟାଳୟକୁ ଆଣି ଚିକିତ୍ସ୍ୟା କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଟ୍ରକ ଡ୍ରାଇଭର ନିଜେ ଆସିି ବାଲିଗୁଡା ଥାନାରେ ହାଜିର ହୋଇ ଘଟନା ବିଷୟରେ କହିଥିଲେ ।

IEC 2 years
Leave A Reply