Odisha news

କ.ନୂଆଗାଁରେ ବିସିଜି ଟୀକା କରଣର ଶୁଭାରମ୍ଭ 

0
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ପାଇଁ ଉଦ୍ଧିଷ୍ଟ ଯକ୍ଷ୍ମା ପ୍ରତିଷେଧକ ପାଇଁ ବିସିଜି ଟୀକା କରଣ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ବ୍ଲକ ବାସୀଙ୍କୁ ସରକାରଙ୍କ ଏହି ଟୀକା କରଣ କାର୍ଯ୍ୟକ୍ରମରେ ସହଯୋଗର ଗର ହାତ ବଢାଇ ଆମ ଅଞ୍ଚଳକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ। ସେ ପ୍ରଥମ ଟୀକା ନେଇ ଏହି ବୟସ୍କ ବିସିଜି ଟୀକଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଅନୀତା ମଲ୍ଲିକ ଯୋଗ ଦେଇଥିଲା ବେଳେ ବ୍ଲକ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼.ଅମିତ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ, ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଗୁରୁ ମାଝି ପଡ୍ରା,ପିଏଚଇଓ ଅନୀତା ନାୟକ,ବିପିଏମ ମହେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ଡାକ୍ତର ଓ କର୍ମଚାରୀ ଆଦି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ କର୍ମଚାରୀ ମନୋଜ ପଣ୍ଡା, ପ୍ରତାପ ଦାସ, ଅମିର ସାହାଣୀ,ବନୀତା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
IEC 2 years
Leave A Reply