Odisha news

କରୋନା ସଙ୍କଟ ସମୟରେ ଅର୍ଥ ଚିନ୍ତା : ରି-ଆଡ଼ମିସନ୍‍ ଫି ହ୍ରାସ ପାଇଁ ଛାତ୍ରଛାତ୍ରୀଙ୍କ ଦାବି

0

ବାଲିଗୁଡା :କରୋନା ସଙ୍କଟ ସମୟରେ ଛାତ୍ରଛାତ୍ରୀଙ୍କୁ ଅର୍ଥ ଚିନ୍ତା ଘାରିଛି। ଏଭଳି ସ୍ଥଳେ ରି ଆଡ଼ମିସନ୍‍ ପାଇଁ ଫି ହ୍ରାସ କରିବାକୁ ଦାବି କରି ମଙ୍ଗଳବାର ଦିନ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଟିକାବାଲି ସ୍ଥିତ ଏଏମ୍‍ସିଏସର ଛାତ୍ରଛାତ୍ରୀ ମାନେ ଲିଖିତ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଟିକାବାଲି ସ୍ଥିତ ଏଏମ୍‍ସିଏସ୍‍ ମହାବିଦ୍ୟାଳୟର ସ୍ନାତକ କଳା ଓ ବିଜ୍ଞାନର ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ଲିଖିତ ଭାବେ ଦେଇଥିବା ଦାବିପତ୍ର ପ୍ରକାରେ, କରୋନା ମହାମାରୀ ଯୋଗୁଁ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନଙ୍କର ପରିବାରବର୍ଗଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି।

ତେବେ ଏହି ସଙ୍କଟ ସମୟରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଆବଶ୍ୟକତା ଠାରୁ ଅଧିକ ଅର୍ଥ ଦାବି କରିଛନ୍ତି। ରି ଆଡ଼ମିସନ୍‍ ବାବଦରେ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଚଳିତ ବର୍ଷ ଅଧିକ ଅର୍ଥ ଦାବି କରିିବା ମଧ୍ୟ ସମସ୍ତଙ୍କୁ ଚକିତ କରିଛି। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କର ରି ଆଡ଼ମିସନ୍‍ ଫି ହ୍ରାସ କରିବା ସହିତ ଛାତ୍ରଛାତ୍ରୀମାନେ ସେମାନଙ୍କର ସକ୍ଷମ ମୁମତାବକ ଫି-ଧାର୍ଯ୍ୟ କରିବା ନିବେଦନ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମହାବିଦ୍ୟାଳୟର ରାହୁଲ୍‍ ପ୍ରଧାନ, ରାକେଶ ମିଶ୍ର, ଶରତ ନାୟକ, କୁମୁଦିନି କହଁରଙ୍କ ଭଳି ବହୁ ଛାତ୍ରଛାତ୍ରୀ ଦସ୍ତଖତ ଥିବା ଏକ ଦାବିପତ୍ର ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିବା ପ୍ରକାଶ।

Nalco
Leave A Reply