ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ପୋଲିସକୁ ମିଳିଛି ଏକ  ବଡ଼ ସଫଳତା । କ.ନୂଆଗାଁ ଥାନା ଅଂଚଳରୁ ବ୍ରହ୍ମପୁର ଦେଇ କଲିକତାକୁ ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ୧୧୩କେଜି ୫୦୦ଗ୍ରାମ୍ ଗଞ୍ଜେଇ ସହ ୭ଜଣ ଗଞ୍ଜେଇ ମାଫିଆ ଗିରଫ । ଚାଲାଣକାରୀଙ୍କ ନିକଟରୁ ଗୋଟିଏ ମୋଟରସାଇକେଲ,ଗୋଟିଏ ଇଣ୍ଡିକା କାର୍ ଓ ଗୋଟିଏ ପିକ୍‌ଅପ୍ ଭ୍ୟାନ୍ ସମେତ ସାତୋଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ୍ ପୋଲିସ୍ ।
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଖାପାଖି ୬ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । କ.ନୂଆଗାଁ ପୋଲିସ୍ ପକ୍ଷରୁ ଅଂଚଳରେ ରାତ୍ରୀ କାଳୀନ ପେଟ୍ରୋଲିଂ ଚାଲୁଥିବା ସମୟରେ ପୋଲିସ୍ କୁ ଦେଖି ଗଞ୍ଜେଇ ଭର୍ତ୍ତି ପିକ୍‌ଅପ୍ ଭ୍ୟାନ୍ ସମେତ ଗୋଟିଏ କାର୍ ଓ ଗୋଟିଏ ମୋଟରସାଇକେଲ ଦୃତଗତିରେ ପଳାଇ ଯିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ପୋଲିସ୍ ପିଛା କରିବା ସହ ପୁରୁଣା ନୂଆଗାଁ ଶିବ ମନ୍ଦିର ନିକଟରେ ତିନୋଟି ଗାଡ଼ିକୁ ଅଟକାଇବା ସହ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଗିରଫ ସାତ ଜଣଙ୍କ ମଧ୍ୟରୁ ୬ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଂଚଳର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here