ବାଲିଚନ୍ଦ୍ରପୁର :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶକୁ ଦୃଡ ନେତୃତ୍ୱ ଯୋଗୁ ଆଜି ଭାରତ ବର୍ଷ ସମଗ୍ର ବିଶ୍ୱରେ ତାର ସମ୍ମାନ ବଜାଇ ରଖିପାରିଛି । ଆଗାମୀ ଯାଜପୁର ଜିଲ୍ଲା କମିଟିର ଚୟନରେ ସାଙ୍ଗଠାନିକ ବିଚାରଧାରା ତଥା ସାଙ୍ଗଠନିକ ଦକ୍ଷତାକୁ ମାପକାଠି କରାଯିବା ଆବଶ୍ୟକ ବୋଲି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଦାବୀ କରାଯାଇଛି । ବର୍ତ୍ତମାନ ବିଜେପି ଯୁବମୋର୍ଚ୍ଚାର ସଭାପତି ଆଲେକଜେଣ୍ଡର ଦାସ ଆଉ ସେ ପଦବୀରେ ରହିବାକୁ ନିଜେ ଗଣମାଧ୍ୟମ ଆଗରେ ଅନିଛା ପ୍ରକାଶ କରିଛନ୍ତି । ତାଙ୍କର ଅନ୍ୟ ପଦପଦବୀ ପାଇଁ ଆଉ କୌଣସି ସୂଚନା ମିଳୁନାହିଁ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯୁବମୋର୍ଚ୍ଚାରସଭାପତି ପଦ ପରିବର୍ତ୍ତ ନ ହେବା ଏକ ମାତ୍ର ବିକଳ୍ପ ବୋଲି ଜଣାପଡ଼ିଛି । ତେଣୁ ଯୁବମୋର୍ଚ୍ଚା ସଭାପତି ପଦ ପାଇଁ ଆଗରୁ ଜିଲ୍ଲା ସଂଗଠନରେ କାର୍ଯ୍ୟ କରିଥିବା ତଥା ଭାରତୀୟ ଜନତା ପାର୍ଟି ପାଇଁ ଜିଲ୍ଲା ସ୍ତରରେ କାର୍ଯ୍ୟ କରିଥିବା ବ୍ୟକ୍ତିକୁ ଗୁରୁତ୍ୱ ଦେଇ ସଭାପତି ଦାୟିତ୍ୱ ଦେବା ପାଇଁ ବହୁ ଯୁବକର୍ମୀ ସଭାପତିଙ୍କୁ ଅନୁରୋଧ କରିଛନ୍ତି ।
ସେ ସ୍ଥାନରେ ବର୍ତ୍ତମାନର ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ବଡ଼ଚଣାର ଶ୍ରୀ ଦିପକ କୁମାର ସାମଲ, ଯାଜପୁର ର ସୌମ୍ୟରଞ୍ଜନ ଧଳ, ସୁକିନ୍ଦାର ବିଶ୍ୱଜିତ ରାଜଙ୍କୁ ନିଆଯାଇପାରେ ବୋଲି ଯୋରସୋର ଚର୍ଚ୍ଚା ହେଉଛି । ତେବେ ଏମାନଙ୍କ ମଧ୍ୟରୁ ବର୍ତ୍ତମାନର ଜିଲ୍ଲା ଉପସଭାପତି ଶ୍ରୀ ଦିପକ କୁମାର ସାମଲ ଓ ସୌମ୍ୟ ରଞ୍ଜନ ଧଳଙ୍କ ପଲ୍ଲା ଭାରିଥିବାର ବିଶେଷ ସୂତ୍ରରୁ ଜଣାପଡ଼ିଛି । କିନ୍ତୁ କିଛି ମୁଷ୍ଟିମୟ ପଦାଧିକାରୀ ବ୍ୟକ୍ତିଗତ ସ୍ତରରେ ନିଜର ଅଳିକ ସ୍ୱାର୍ଥ ପାଇଁ ସଂଗଠନକୁ ଦଳୀୟ ସ୍ୱାର୍ଥର ଉଦ୍ଧ୍ୱର୍କୁ ଯାଇ ସଂଗଠନର କୌଣସି କାର୍ଯ୍ୟରେ ଅଂଶୀଦାର ନଥିବା ବ୍ୟକ୍ତିଙ୍କ ନାମକୁ ବ୍ୟକ୍ତିଗତ ଭାବେ ଆଲୋଚନା କରି ସଂଗଠନ ଭିତରେ ଫାଟ ସୃଷ୍ଟି କରିବାକୁ ଯୋରଦାର ପ୍ରୟାଶ ଜାରିରଖିଛନ୍ତି । ବର୍ତ୍ତମାନର ଜିଲ୍ଲା ସଭାପତିଙ୍କ ଉପରେ ଦୃଢ ଭରସା ଓ ବିଶ୍ୱାଶ ଅଛି ଯେ, ପ୍ରକୃତ ସାଙ୍ଗଠନିକ ବ୍ୟକ୍ତିମାନଙ୍କୁ ବିଭିନ୍ନ ଦାୟିତ୍ୱ ଦେଇ ସଂଗଠନକୁ ସୁଦୃଢ ଓ କ୍ରୀୟାଶୀଳ କରିପାରିବେ ।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ସମିର ମହାନ୍ତି ରାଜ୍ୟ ବିଜେପି ସଭାପତି ହେବା ପରେ ଜିଲ୍ଲା ସଭାପତି ଗୌତମ ରାୟଙ୍କର ଦଳରେ ଦବଦବା ପୂର୍ବ ଠାରୁ ଅଧିକ ବଢିଥିଲା ବେଳେ ଏବେ ଶ୍ରୀ ରାୟ ତାଙ୍କ ନୁଆ ଟିମ ଲାଗି ତାଲିକା ପ୍ରସ୍ତୁତିରେ ଲାଗିପଡ଼ିଥିବା ଶୁଣିବାକୁ ମିଳୁଛି । ତେବେ ୨୦୨୨ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଅତି ସତର୍କତାର ସହ ଏକ ସଶକ୍ତ ଟିମ ଗଠନ କରିବାକୁ ଯାଉଥିବା ଗୌତମଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ବିଶେଷ କରି ଜିଲ୍ଲା ଯୁବମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାରେ ପରିବର୍ତ୍ତନ ଅତ୍ୟନ୍ତ ଜରୁରୀ ବୋଲି ଶୁଣିବାକୁ ମିଳୁଛି
